STORYMIRROR

Nabaranjan Palatasingh

Others

3  

Nabaranjan Palatasingh

Others

ୱାଟସ୍ଆପ

ୱାଟସ୍ଆପ

1 min
120

ୱାଟସ୍ଆପ ନୁହେଁ ସେ ପ୍ରେମର ଝରକା 

ମେସେଜ ଆସିବାରେ ଡେରି ହେଲେ ବଢେ ଅନେକ ଶଙ୍କା।


ଝରକା ସେପାଖରେ ଚାହିଁ ରହିଛି ତୁମକୁ ଜଣେ।

ତୁମ ପ୍ରେମ ବାର୍ତ୍ତା କାହା ଜୀବନରେ ଆଷାଢ଼ ଆଣେ।


ତୁମ ଅନଲାଇନ ନଆସିବା ବଢାଏ କାହା ଛାତିରେ ଛନକା।

ତୁମ ନୀରବତା ପୁଣି ଭରେ କାହା ମନରେ ରକା।


ୱାଟସ୍ଆପ ନୁହେଁ ସେ ପ୍ରେମର ଝରକା !!!


ତୁମ ମିଠା ଆଳାପ ଭିଯାଏ କାହା ଶରୀରର।

ମୋତେ ଅନଲାଇନ ଦେଖିଲେ କୁହ ଏବେ ରଖ।


ମୋ ମେସେଜ ନଦେଖି ତମେ ପ୍ରେମକୁ ପରଖ।

ଘୃଣା ରେ ମୋ ଆତ୍ମା ଦିଏ ଅନେକ ସାବାସ।


ତୁମ ବାର୍ତ୍ତା ଆଦାନ ପ୍ରଦାନ ଭରେ ଓଠେ ଖିଲି ଖିଲି ହସ।

ତୁମ ଆତ୍ମ ଗର୍ବ ଦେଖିଲେ ଇଚ୍ଛା ହୁଏ କରିଦେବାକୁ ସବୁ ଶେଷ।


ମିଛେ ଫାଙ୍କି କେବେ କୁହ ତୁମେ ଅଛ ବ୍ୟସ୍ତ।

ସେବେ ଲାଗେ ପ୍ରେମ ଆକାଶେ ସୂର୍ଯ୍ୟ ହୁଅନ୍ତି ଅସ୍ତ।


ଅଭିମାନୀ ପ୍ରାଣ ଛଳନା ରୁ କରିପାରୁନି ନିଜକୁ ରକ୍ଷା।

ତୁମକୁ ଦେଖିଲେ ଲାଗେ ଆଉ କାହା ସହ ସମ୍ପର୍କ ପକ୍କା।


ୱାଟସ୍ଆପ ନୁହେଁ ସେ ପ୍ରେମର ଝରକା !!!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Nabaranjan Palatasingh