STORYMIRROR

Nabaranjan Palatasingh

Others

4  

Nabaranjan Palatasingh

Others

ସେ ନିଜର ନୁହେଁ

ସେ ନିଜର ନୁହେଁ

1 min
2

ପ୍ରେମ ଲେଖେ ହେଲେ ପ୍ରେମିକା କୁ ନୁହେଁ

ପ୍ରେମ କାହାଣୀକୁ ଲେଖେ ହେଲେ ନିଜର ନୁହେଁ 

ସେ ପ୍ରୀତି ଆକାଶ ର ପୁନେଇ ଚାନ୍ଦ

ହେଲେ ସେ ଚାନ୍ଦ ନିଜର ନୁହେଁ !!


ଅନା ବନା ଶବ୍ଦ କୁ ଯୋଡେ ଲେଖେ ଅନେକ ବାକ୍ୟ

ହେଲେ ସେ ବାକ୍ୟ ତା ପାଇଁ ନୁହେଁ

କାରଣ ସେ ମୋ ନିଜର ନୁହେଁ !!


ମେଘ ମାଳ ଭିତରେ ତା ସ୍ମୃତିକୁ ଖୋଜେ

ପୁନେଇ ଚାନ୍ଦ ଆସି ମଉଳି ଫେରେ !!


ଗାଁ ସଡ଼କ ରେ ପହିଲି କିରଣ ରେ ପାଦ କୁ ରଖେ

ବିରହ ଚାଦର ଭିତରେ ଲୁଚେଇ ନଜର ଖୋଜେ

ଆସେ ଦଶହରା ବେଳ ନେଇ ତା ନୂଆ ସଜବାଜ

ତା ରୂପ ଦେଖିବାକୁ ମୋ ଚାହାଣି କରେ ଲୁଚି ରଜ !!!


ତା ପିରତିର ପରଶକୁ ଲେଖନୀ ଲେଖେ

ପ୍ରେମ ପ୍ରତାରଣା ର ଛାରଖାର କୁ ହୃଦୟ ସହେ 

ତଥାପି ସେ ମୋ ନିଜର ନୁହେଁ !!



Rate this content
Log in