STORYMIRROR

Bijoy Jena

Abstract Classics Inspirational

3  

Bijoy Jena

Abstract Classics Inspirational

ପାହି ଆସିଲାଣି

ପାହି ଆସିଲାଣି

1 min
173


ପାହି ଆସିଲାଣି ରଜନୀ

 ଅମା ହେଲାଣି ଦୂର

ପୂରୁବ ଦିଗରେ ସୂରୁଜ

 ଦିଶେ କେଡେ ସୁନ୍ଦର।

ଶୋଇ ପଡ଼ିଥିଲା ଧରିତ୍ରୀ

   ଏବେ ନିଦରୁ ଉଠି

ସଜାଗ କଲାଣି ସଭିଙ୍କୁ

  କର୍ମ ଜଞ୍ଜାଳେ ମାଠୀ।

ଅଳସୁଆ ଭୋଗେ ଦୁଃଖକୁ

    କାକ ସୂଚାଇ ଦିଏ

ସମୟକୁ ସିଏ ବୁଝଇ

 ଶ୍ୱାନ ନିଦ୍ରାରେ ଥାଏ।

ବହଇ ପବନ ସର୍ବତ୍ର

 ଜୀବ ଜଗତ ପାଇଁ

କୁସୁମ ଫୁଟିଛି ଉଦ୍ଯାନେ

  ଅଳ୍ପ କ୍ଷଣିକ ନେଇ।

ନିଳୀମା ଆକାଶେ ଉଡ଼ନ୍ତି

   ନାନା ବିହଙ୍ଗ ଗଣ

କରମେ ବଞ୍ଚିବା ସର୍ବଦା 

  ଯାହା ସବୁରି ପଣ।

ବଞ୍ଚିବାର କଳା ଶିଖାନ୍ତି

  ପ୍ରଭୁ ଚକାନୟନ

ଦିନର କରମ ଶେଷରେ

  ଏବେ ସନ୍ଧ୍ୟା ଆଗମ।

ସମସ୍ତେ ଫେରନ୍ତି ବାସକୁ

   ରାତ୍ର ବିଶ୍ରାମ ପାଇଁ

ଶୀତଳ ଚନ୍ଦ୍ରର ଜୋଛନା

  ପାଇ ପଡନ୍ତି ଶୋଇ।

ସୁଖ ଦୁଃଖ ଏଠି ଆସନ୍ତି

   କେହି ରହନ୍ତି ନାହିଁ

ମନକୁ ରଖିଲେ ନିର୍ମଳ

   ପ୍ରାଣ ହସି ଉଠଇ।

କାହିଁକି ହୋଇବା ନିରାଶ

   ସବୁ ତାଙ୍କରି ଲୀଳା

 ହାତ ଟେକି ଦେଲେ ତାହାଙ୍କୁ

   କେବେ ନବୁଡେ ଭେଳା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract