STORYMIRROR

Kalpana Satpathy

Classics Inspirational

3  

Kalpana Satpathy

Classics Inspirational

ମହାକାଶ ର ଗଭୀରତା

ମହାକାଶ ର ଗଭୀରତା

1 min
187

ଏ ସୃଷ୍ଟିର ସ୍ରଷ୍ଟାଙ୍କର ମହାକାଶ ଅପରିବ୍ୟାପ୍ତ

ବଳୟର ପରିସୀମା ଭିତରେ ଆଦୃତ

ହେଲେ ଆଖି ପାଉନଥିବା ଏହି ମହାକାଶକୁ

ମଣିଷ ଆଜି ଯାଇ ତନ୍ନ ତନ୍ନ କରି ପରୀକ୍ଷା କରି

ଚାଲିଛି ବିଜ୍ଞାନର ଅନ୍ୱେଷଣରେ।

ସବୁଠାରୁ ଶ୍ରେଷ୍ଠ ବୋଲାଉଥିବା ମଣିଷ

ତାର ବୁଦ୍ଧି ଓ ଜ୍ଞାନ ବଳରେ

ମହାକାଶର ଗଭୀରତା ମାପିବାକୁ ଜୀବନକୁ

ବାଜି ଲଗାଇ ଦେଉଛି ଅତି ପରିଚିତ ଭାବରେ।

ସୁନେଲି ଆକାଶର ବିଶାଳ ସାମ୍ରାଜ୍ୟର 

ରୂପ ଲାବଣ୍ୟ ବେଶକୁ ଅନୁଧ୍ୟାନ କରି

ଜଗତଜିତା ବୋଲାଉଛି ଜୀବନର ଚଲାପଥରେ।

ମଣିଷ ନିଜ ଜୀବନକୁ ସରସ ସୁନ୍ଦର କରିବା

ଉଦ୍ଦେଶ୍ୟରେ ବି ମହାକାଶର ଗଭୀରତାକୁ

ମାପକରି ନିଜକୁ ଏକ ଉତ୍କୃଷ୍ଟ ମାନବ ରୂପରେ

ପରିଚିତ କରାଇ ନିଜର ସୁନାମ ଅର୍ଜନ କରୁଛି

ଏହି ରଙ୍ଗୀନ ଦୁନିଆର ରଙ୍ଗଭୂମିରେ।



Rate this content
Log in

Similar oriya poem from Classics