କଥା କହିବା କେମିତି
କଥା କହିବା କେମିତି
ମାଆଙ୍କ ସହିତ ହୃଦୟର କଥା କହୁଥିବା ମନଖୋଲି,
ବାପାଙ୍କ ସହିତ ସମ୍ମାନର ସହ କଥାକହି ଯିବାଚାଲି ।
ପତି-ପତ୍ନୀ ମିଶି ସତ୍ୟ ଆଳାପ କରିବେନି କେବେହେଲେ,
ଭାଇଙ୍କ ସହିତ ହୃଦୟ ମିଶିବ ବିଚାର ବିମର୍ଷ କଲେ ।
ଭଉଣୀ ସହିତ ଶ୍ରଦ୍ଧାପୂର୍ଣ୍ଣ କଥା ସ୍ନେହ ରଖିଥିବ ମନେ,
ଶିଶୁଙ୍କୁ ପାଇଲେ ଉତ୍ସାହର ବାଣୀ ଭରିଦେବା ତାଙ୍କ କାନେ ।
ସଂପର୍କୀୟ ସହ ସୁଖ-ଦୁଃଖ ବାଣ୍ଟି ହସିହସି ହେବାକଥା,
ସାଙ୍ଗ-ସାଥୀ ସହ କଥା ହେବାବେଳେ ଗମ୍ଭୀର ହୋଇ ରହିବା ।
କର୍ମଚାରୀ ସହ ସୌଜନ୍ୟତା ରଖି କଥାହେବା ବେଳେବେଳେ,
ଗୁରୁ-ଗୁରୁଜନ ସଂଗେ କଥା ହେବାବେଳେ ମଥା ନଇଁଥିବ ତଳେ ।
ଗ୍ରାହକ ସହିତ ପୂର୍ବ ପରିଚିତ ପରି କଥା ହେଉଥିବା,
ରାଜନୀତି ଲୋକ ସହିତ ଭେଟିଲେ ସାବଧାନେ କଥାହେବା ।
କଥା କହୁକହୁ ନିଜେ ହସିବାନି ହସୁ ସେ ଶୁଣିବା ଲୋକ,
କଥାରେ କଥାରେ ଅକୁହା କଥାକୁ କହିଲେ ପଛରେ ଦୁଃଖ ।