ଭଦ୍ରମୁଖା
ଭଦ୍ରମୁଖା


ଭଦ୍ରମୁଖା ପିନ୍ଧା ମଣିଷ ଜଗତେ
କାଳେକାଳେ ହାଉଜାଉ
ଉପରେ କୁହନ୍ତି କଅଁଳିଆ କଥା
ଭିତରେ ସାଧନ୍ତି ଦାଉ ।
କେମିତି ଚିହ୍ନିବ ଏମିତି ଲୋକଙ୍କୁ
ପାଣିରେ ପକାନ୍ତି ସର !
ଏଘରେ ମାଉସୀ ସେଘରେ ପିୟୁସୀ
ଲାଗନ୍ତି ସେ ଆପଣାର ।
ଆଚରଣ ଆଉ ଉଚ୍ଚାରଣେ ତାଙ୍କ
ରହେନାହିଁ ତାଳମେଳ
ଖଳ ବୁଦ୍ଧିକୁ ସେ ଖଟାଇ ସବୁଠି
ପଛରେ ଦେଖନ୍ତି ଖେଳ ।
&nbs
p; ସଇତାନ ମନ ସତମିଛ କହି
କାଟନ୍ତି ମୂଳରୁ ଚେର
ସବୁକଥାରେ ତ ମାମଲତି କରି
ଉଜାଡନ୍ତି ସୁନା ଘର ।
କଜଳପାତିଆ ଭଦ୍ରଲୋକ ପରି
ଉପରେ ପଡନ୍ତି ଆସି
ଠିକଣା ବେଳେତ ଚିତା କାଟିଦେଇ
ଯାଇଥାନ୍ତି ବାବୁ ଖସି ।
ମୁଖା ତଳେ ତାଙ୍କ ମିଠା ବିଷ ଥାଏ
ସହଜେ ହୁଏନି ବୁଝି
ବୁଝିଲା ବେଳକୁ ଅଣଚାଶ ବାଆ
ବହିଆସେ କାଳ ସାଜି ।