ମହତ ବଚନ
ମହତ ବଚନ


ସୂର୍ଯ୍ୟଙ୍କ ସମାନ ହୋଇ ନ ପାରିଲେ
ଦୀପ ଟିଏ ହୋଇ ଜଳିବା।
ଅନ୍ଧାର ରାତିରେ ଗୋଟିଏ ଲୋକକୁ
କିଛିଟା ଆଲୋକ ବାଣ୍ଟିବା।
ଚନ୍ଦ୍ରର ଶୀତଳ ଜୋଛନା ହୁଏତ
କାହାକୁଦେଇ ନ ପାରିବା
ଛତା ଟିଏ ହୋଇ ଛାଇ ଟିକେ ଦେଇ
କାହାକୁ ସାହାଯ୍ୟ କରିବା
ପେନ୍ସିଲ୍ ହୋଇ ସୁଖ କା ଜୀବନେ
ହୁଏ ତ ଲେଖି ନ ପାରିବା
ରବର ପରାଏ ଜୀବନେ କାହାର
ଦୁଃଖକୁ ଲିଭେଇ ପାରିବା।
ଜୀବନେ କାହାର ନ ଲଗାଇ ନିଆଁ
କଷ୍ଟ ନଦେବାକୁ ଚାହିଁବା।
ଯଦି କା ଦୁନିଆଁ ଜଳି ଯାଉଥାଏ
ଲିଭାଇବା ଚେଷ୍ଠା କରିବା।
ଅନ୍ୟ ଉପକାର କରି ନ ପାରିଲେ
ସତର୍କ ଟିକିଏ ରହିବା
ନିଜ ସ୍ୱାର୍ଥ ପାଇଁ ଆଉ କାର କ୍ଷତି
ସ୍ୱପ୍ନରେ ସୁଦ୍ଧା ନ କରିବା।
ହା ହୁତାଶରେ ଶହେ ବର୍ଷ ବଞ୍ଚି
ଲାଭ କି ସତରେ ପାଇବା
ଆନନ୍ଦ କାହାକୁ ଦେଇ ଯେ ଶାନ୍ତିରେ
ଦିନ ଟିଏ ପଛେ ବଞ୍ଚିବା
ସବୁ ଠାରୁ ଶ୍ରେଷ୍ଠ ମଣିଷ ଜୀବନ
ମହତ ଏହାର ରଖିବା
ଏ ଜୀବନ ଯଦି ବ୍ୟର୍ଥ କରିଦେବା
ଆଉ କି ସୁଯୋଗ ପାଇବା।