ସମୟ
ସମୟ


ଅପେକ୍ଷା କରିଲେ ଦୁଃଖ ଆଉ କଷ୍ଟେ ସମୟଟା ଲାଗେ ବେଶି,
ସୁଖ-ମଜାବେଳେ ଆମରି ହାତରୁ ସମୟଟା ଯାଏ ଖସି ।
ସମୟକୁ ଯିଏ କାମରେ ଲଗାଏ ତା'ପାଇଁ ବଳକା ହୁଏ,
ସମୟକୁ ଯିଏ ବେଖାତିରି କରେ ତା'ଠାରୁ ଦୂରେଇ ଯାଏ ।
ସମୟକୁ ଦେଖି ଆଗୁଆ ଆସିଲେ ସହଜ ହୁଅଇ କାମ,
ଅଳପ ସମୟ ବିଳମ୍ବ ହୋଇଲେ ମିଳିପାରେ ଅପମାନ ।
ସମୟ ପାଉନି କହନ୍ତି ମିଛୁଆ ନହେଲେ ଥିବ ସେ ବୋକା,
ଗୁରୁତ୍ୱକୁ ଦେଖି ସମୟ ବାଣ୍ଟିଲେ ପାଇବାନି କେବେ ଧୋକା ।
ଅଜାଣତେ ଆମେ କେତେ ମୂଲ୍ୟବାନ ସମୟକୁ କରୁ ନଷ୍ଟ,
ହିସାବ କରି ଯେ ସଂଚୟ କରିବ ପାଇବନି କେବେ କଷ୍ଟ ।
ସମୟକୁ ଯିଏ ଈଶ୍ୱର ଭାବିବ ହେବ ସେ ଵିଵେକୀ ଜଣେ,
ଅଳପ ସମୟ ଆମର ଜୀବନ ଏ'କଥା ରଖିବା ମନେ ।
#ସିଧାକଥା-୪୭