STORYMIRROR

Yudhisthir Khamari

Classics

3  

Yudhisthir Khamari

Classics

ଜରି ଗୋଟାଳି

ଜରି ଗୋଟାଳି

1 min
289

ଏ ଦୋକାନରୁ ସେ ଦୋକାନକୁ

ଏ ଅଳିଆ ଗାଦାରୁ ସେ ଅଳିଆ ଗଦାକୁ

ପଛରେ ନିଜ ଉଚ୍ଚତା ଠୁ ଅଧିକ ବସ୍ତାଟିଏ

କାନ୍ଧରେ ବୋହି,ଥକ୍କାମାରି ଘୋଷାଡି ନେଉଥାଏ

ଉତ୍କଣ୍ଠା ଥାଏ ଅଧିକ ଜରି ପାଇବାର

ତିଳେ ହେଲେ ଖାତିର ‌ନ ଥାଏ

ତତଲା ବାଲିକୁ ଅବା ସୂର୍ଯ୍ୟ ତାପକୁ

ଭୃକ୍ଷେପ ନ ଥାଏ ଆଭୁଷଣ ନିଜ

ବୁଲିବାର ପଥଶ୍ରମ ଦେହସୁହା ହୋଇଥାଏ

ଆଦରି ନେଇଥାଏ କର୍ମକୁ ନିଜର

ଅଧିକରୁ ଅଧିକ ସାଉଁଟୁ ଥାଏ

ମନରେ ସଂକଳ୍ପ ନେଉଥାଏ

ନିଜର ଲକ୍ଷ୍ୟ ପ୍ରାପ୍ତି ପାଇଁ

କାହିଁକି ନାଁ

ରୋଗିଣା ମାଁ ମୁହଁରେ ଦାନା ଦେବ

ମାଁ ମୁଖରେ ଫୁଟାଇବ ହସ

ତା ମାଁ ଆଗପରି କୋଳାଇ ନେବ ତାକୁ

ପାଇବ ସେ ସ୍ବର୍ଗିୟ ଆନନ୍ଦ

ଲାଘବ ହେବ ତାର ସମସ୍ତ ମନ୍ତ୍ରଣା

ଶିଖାଇବ ଜୀଇଁବାର କଳା

ଦୁନିଆଁ ବୁକୁରେ ଥିବା ଧନୀ ମଣିଷ ମାନଙ୍କୁ ।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics