STORYMIRROR

ସନାତନ ଦାସ

Classics

3  

ସନାତନ ଦାସ

Classics

ସ୍ମୃତି ତୁମେ

ସ୍ମୃତି ତୁମେ

1 min
249

ସ୍ମୃତି ତୁମେ ପାଉଁଶ ତଳର ନିଆଁ,

ଅବେଳ ରେ ମନକୁ ଆସି କର କୀମିଆଁ,

ହୃଦୟ ଦୁଆରେ କରଘାତ କରି

ଭୁଲାଇ ଦିଅ ସାରା ଦୁନିଆଁ।।


ସ୍ମୃତି ତୁମେ ଦରଦୀ ମନର ଗାଥା,

କେବେ ଦିଅ ଖୁସି କେବେ ଦିଅ ବ୍ୟଥା,

ତୁମକୁ ଝୁରି ଝୁରି ଛାର ମଣିଷ ଟା

ମାନେ ପକାଏ ପୁରୁଣା କଥା..!!


ସ୍ମୃତି ତୁମେ ପ୍ରେମ ପ୍ରଣୟର ଗୀତି,

ଏକଲା ପଣ ର ଦରଦୀ ସାଥୀ,

ସମୟ ଚକରେ ପେଶି ହୋଇ ଯାଇ

କାହା ସମ୍ପର୍କ ରେ ହୁଅ ଇତି..!!


ସ୍ମୃତି ତୁମେ କାହା ପାଇଁ ବଞ୍ଚିବାର ରାହା,

କାହା ପାଇଁ ତୁମେ ଅସହାୟ ର ସାହା,

ତୁମ ବିନା ଏଠି ଦିନ ବିତେ ନାହିଁ କାରଣ,

ତୁମ ବିନା ମୋତେ ଏଠି କେହି କହିବାକୁ ନାହିଁ ମୋତେ ଆହା..!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics