କଳଙ୍କ
କଳଙ୍କ


କଳଙ୍କର ଟିକା ପିନ୍ଧାଇ ତୁ ଦିନେ
ନାମ ଦେଲୁ ମୋତେ କଳଙ୍କିନୀ,
ଭଲ ପାଇଥିଲି ପ୍ରତାରଣା କଲୁ
ସଜାଇଲୁ ମୋତେ ଅଭାଗିନୀ ।
ମାଗିଥିଲି ତୋତେ ସିନ୍ଦୁର ଟୋପାଏ
ଅପବାଦ ଦେଲୁ ସୀମାନ୍ତେ,
ପବିତ୍ର ପ୍ରେମର ଜାଳିଲୁ ତୁ ଜୁଇ
ଜୀବନ କଟେ ହନ୍ତ ସନ୍ତେ ।
ତଥାପି କାହିଁକି ପାରେ ନାହିଁ ମନ
ଭୁଲି ତୋତେ ଏ ଜୀବନୁ,
ଯେତେ ବୁଝାଇଲେ ନିରବେ ଏ କାନ୍ଦେ
ଭାବି ଭାବି ତୋତେ ମନୁ ।
ଗୋଲାପ ଦେଖାଇ ଦେଲୁ କଣ୍ଟାର ଆଘାତ
ଛଳନାରେ ଛଳି ଦେଲୁ,
ଭରଷି ଥିଲି ମୁଁ ବିଷ ଭରିଦେଲୁ
ଜୀଅନ୍ତା ତୁ ମାରିଦେଲୁ ।
ଭଲ ପାଇବାରେ &n
bsp; ଏତେଯେ ଯନ୍ତ୍ରଣା
ନଥିଲା ଆଗରୁ ଜଣା,
ପାଦ ଥରେ ମୋର ଖସିଗଲା ପରେ
ତୁ କରିଲୁ ମୋତେ ବାଟବଣା ।
ଭାବେ ନିତି ନିତି ଦେଖିବିନି କେବେ
ଆଉ ତୋତେ ନେଇ ସପନ,
ତୁ ଗଲା ପରେ ଜୀବନୁ ମୋହର
ବହେ ଖାଲି ଅଣାଚାଷ ପବନ ।
କଳଙ୍କର ସେହି ଅଲୋଡ଼ା ଟିକାକୁ
ଏମିତି ଦେଲୁ ତୁ ଲଗାଇ,
ଯେତେ ଚାହିଁଲେ ବି ଲିଭେ ନାହିଁ ଜମା
ଅଶ୍ରୁର ଧାର କେବେ ସୁଖେ ନାହିଁ ।
ହେଲେ ଯୋଉଠି ଥା ତୁ ଭଲରେ ଥାଆ
ଇଛା ନାହିଁ କିଛି ମାଗିବାକୁ,
ଜୀବନରେ ଯଦି ହାରି ଯାଉ କେବେ
ଭୁଲିବୁନି ମୋ ପାଖକୁ ଫେରିବାକୁ ।