STORYMIRROR

Karna Gahir

Classics Others

3  

Karna Gahir

Classics Others

ହାଟ

ହାଟ

1 min
218


ସବୁ ମିଳେ ସିନା ହାଟରେ

ସମୟକୁ ଜମା 

ଖରଚ କରନା

ମିଳିବନି କଉ ଷ୍ଟଲରେ ॥


ସବୁକଥା କହ ହାଟରେ

ଲଗା ଲୁତୁରାକୁ

ଖୋଲନା ଭାଇନା

ନାଟ ଲାଗି ଯିବ ଘରେ ॥

   

କିଣା ବିକା ଚାଲେ ହାଟରେ 

ମନକୁ ତୋହର ,

ନିଜର କରିଥା

ବିକ୍ ନା କାହାରି ହସରେ ॥


କୋଳାହଳ ଭାରି ହାଟରେ

ହାଟର କଥାକୁ

ବାଟରେ ପା ଶୋରି

ଲାଗିପଡ଼ ନିଜ କାମରେ । ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics