ହାଟ
ହାଟ
ସବୁ ମିଳେ ସିନା ହାଟରେ
ସମୟକୁ ଜମା
ଖରଚ କରନା
ମିଳିବନି କଉ ଷ୍ଟଲରେ ॥
ସବୁକଥା କହ ହାଟରେ
ଲଗା ଲୁତୁରାକୁ
ଖୋଲନା ଭାଇନା
ନାଟ ଲାଗି ଯିବ ଘରେ ॥
କିଣା ବିକା ଚାଲେ ହାଟରେ
ମନକୁ ତୋହର ,
ନିଜର କରିଥା
ବିକ୍ ନା କାହାରି ହସରେ ॥
କୋଳାହଳ ଭାରି ହାଟରେ
ହାଟର କଥାକୁ
ବାଟରେ ପା ଶୋରି
ଲାଗିପଡ଼ ନିଜ କାମରେ । ॥
