STORYMIRROR

Karna Gahir

Inspirational

3  

Karna Gahir

Inspirational

ଭିଟାମାଟି

ଭିଟାମାଟି

1 min
254

ମୁଁ ଯେମିତି ଅଳି କରେଁ

ମା'ମୋର ସେମିତି ଦିଏ

ଭୋକ ପାଇଁ ଭାତ

ଦେହ ପାଇଁ ଡ୍ରେସ

ସ୍କୁଲ ପାଇଁ ଫିଜ୍‌

ପୂଜାପାଇଁ ଚାନ୍ଦା

ସେଇ ଏକା ଟ୍ରେଜେରିରୁ ॥

  

ଅତିଥି ପାଇଁ ଚର୍ଚା

ବିଦେଶ ଗସ୍ତ

ତୀର୍ଥଯାତ୍ରା

ଡାକ୍ତର ଖର୍ଚ୍ଚ

ସବୁ ସେଇଥିରୁ ଆସେ ।

ସେଇ ଟ୍ରେଜେରୀଟା

କେବେ ଉଣା ହୁଏ ନି ବୋଧେ ..l

ଦେଇଥିଲେ ମୋର ଜେଜେ ,ଅଣଜେଜେ

କଉ କାଳୁ,

ପୀଢି କୁ ପୀଢି ...ଓହ୍ଲେଇ ଆସୁଛି

ତଥାପି ଭର୍ତ୍ତୀ

ଏଇ ତ ମୋ ଭିଟାମାଟି । ।



Rate this content
Log in

Similar oriya poem from Inspirational