ଦାଦନ
ଦାଦନ
ଏ ମାଟି ପ୍ରତି
ମମତା ମୋର
ମାପଚୁପ୍ ନୁହଁ ବନ୍ଧୁ
ଆଖି ଉଚ୍ଛୁଳା ଅଶ୍ରୁ ଭଳି
ଦିଗବଳୟ ବିହୀନ
ଦୃଶ୍ୟ ଭଳି ॥
ଏଥର
ଲିଭେଇ ଦିଅ
ମୋ ନାଁ
ସେଇ ଦାଦନ ପୁଷ୍ଠାରୁ
ଦିଗୁଣା /ଚାରିଗୁଣା ପାଉଣା
ମୋର ଲୋଡ଼ା ନାହିଁ ବନ୍ଧୁ
ମୁଁ ମୋ ଧୂଳି ଧୁସର ମାଟିରେ
ଝାଳ ଭିଜେଇବି ।
ମୋ ଅଜା, ବଡ଼ୁ କହୁଥିଲେ
"ଟଙ୍କ ଏଠି ବି ଉଡୁଛି
ଧରିବା ଶିଖ"
ବାସ୍
ସେଇ ପ୍ରଶିକ୍ଷଣ ମୁଁ ପାଇ ସାରିଛି
ମୋ ମାଟିକୁ ମୁଁ
ଭଲ ପାଉଛି । ॥
