ଭଦ୍ରମୁଖା
ଭଦ୍ରମୁଖା
କୁହ. . . . କିଏ ସେ ତିଷ୍ଟିଛି
ମିଛକୁ ଆଶ୍ରା କରି
କ୍ରୋଧକୁ କାନ୍ଧ କରି,
ପର ଆଖିରେ ଧୂଳି ପୁରେଇ
କେତେ ଲୁଟିବ?
ବିଶ୍ୱାସ ଜାଲରେ କାବୁ କରି
କେତେ ଶୋଷିବ?
ଅମୃତ ନାଁ ରେ
ବିଷ ପରଶି
କେଉଁ ଇତିହାସ ରଚିବ ଯେ,
ତମର ଭଦ୍ର ମୁଖା
ଆପେ ଆପେ ଖୋଲିବ !
ତମେ ତ ତମେ ନୂହଁ
ପଥର ପାଲଟି ସାରିଛ
ମଣିଷ ହେବାର ସୌଭାଗ୍ୟ
ପାଇବ କାହୁଁ ?