ପିଲାମନ
ପିଲାମନ
କାର୍ଯ୍ୟ କାହାକୁ ଛାଡ଼ିନି. କର୍ମ ନଥିଲେ ଜୀବନର ମାନେ ହିଁ ନାହିଁ. ସେହି କର୍ମ ତତ୍ପରତା ବେଳେ ବେଳେ ଜଂଜାଳ ଭଳି ଲାଗେ. ଗୋଟେ ସ୍ତ୍ରୀ ଲୋକ ପାଇଁ ଘର କାମ, ରୋଷେଇ କାମ, ଅଫିସ କାମ, ଗୁରୁଜନଙ୍କ ସେଵା, ସ୍ୱାମୀଙ୍କ ପାଇଁ ଆନୁଗତ୍ୟ ସେଵା ଯୋଗାଉ ଯୋଗାଉ ମାଆ ହେଲା ପରେ ଛୁଆ ଜଞ୍ଜାଳ ଆଣିଦିଏ କାର୍ଯ୍ୟବ୍ୟସ୍ତତା. ମାଆ ପାଇଁ ଛୁଆ ତାର ସବୁକିଛି.ଶିଖା ମଧ୍ୟ ଜଣେ କର୍ମଜୀବୀ ମହିଳା. ପୁଅଟିର କାମ ଦାମ କରୁ କରୁ କେବେ ଭାତ ଉତୁରିପଶେ ତ କେବେ ଡାଲି ବେଶୀ ସିଝିଯାଏ ପୁଣି କେବେ ଗୋଟେ ପଟ ଭଜା ପୋଡ଼ିଯାଏ ତ ପୁଣି କେବେ ମାଛ ଲାଗିଯାଏ ତ ସବୁ ଦୋଷ ଯେମିତି ଶାଶୁ ଶାଶୁରଙ୍କର. ଉପରକୁ କିଛି କହିନପାରିଲେ ମଧ୍ୟ ବିଡି ବିଡି ହୁଏ ମନେ ମନେ. ଶାଶୁ ବୁଝନ୍ତି. ଦୂରରେ ଥିବା ପୁଅ ସବୁବେଳେ କହେ ବୋହୁ ଓ ନାତି ପାଖେ ଆସି ରହି ହସ୍ପିଟାଲରେ ଚେକଅପ କରାଇ ନେବାକୁ. ଶିଖା ବୁଝିପାରେନା ଏ ଦୁହିଁଙ୍କର ରୋଗ କଣ? ଖାଇବା ପିଇବା ଓ ଦେଖିବାକୁ ଉପରକୁ ସୁସ୍ଥ ଦେଖାଯାଉଥିବା ବୁଢା ବୁଢ଼ୀ ଦୁହେଁ ଜଣାଅପଡ଼ନ୍ତି ନାହିଁ ସତ ହେଲେ ବସିଉଠି, ହେପାଜତ ତଥା ଆରାମରେ ଦିନ ବିତେଇବା ତାଙ୍କ ପାଇଁ ସାର ତ ପିଲାଟାକୁ ଟିକେ ଧରିନେବା ଛଡା ଆଉ କିଛି କରିପାରନ୍ତି ନାହିଁ ବିଦେଶରେ ବୋହୁ ପାଖରେ ମିନତି. ଯିଏ ଯୋଉ ଘରକରଣା ଯାହା ଯେମିତି ସଜାଡ଼ିଛି. ଅନ୍ୟ ଲୋକପାଇଁ ତାହା ସମ୍ଭାଳିବା ମୁସ୍କିଲ. ପିଲାଟିକୁ ଖାଲି ଧରିନେଲେ କିଛି କାମ କମିନଯାଇ ବରଂ ବଢ଼ିଯିବ ଏଇ ଯେମିତି ପିଲାର ତେଲଘଷା, ଗାଧୁଆ, ଖିଆପିଆର ସମୟ ଗଡ଼ିଯିବ ତା ସହ ଶାଶୁ ଶଶୁରଙ୍କ ପାଇଁ ରନ୍ଧାବଢ଼ା କରୁ କରୁ ଛୁଆ କାମରେ ଢିଲା ପୁଣି ନିଜ ଟିଫିନ, ରୁଟିନ ସବୁଥିରେ ଗଡ଼ବଦ. ଏଣେ ଖାଲିଟିକେ ଛୁଆଟାକୁ ଧରିବାରେ ମଧ୍ୟ ଶାଶୁଙ୍କ ଦେହ ମୁଣ୍ଡ ଅଣ୍ଟା ପିଠି ଦରଜ. ଅନୁଭବୀ ଶାଶୁ ବୁଝନ୍ତି. ସେଇଥିପାଇଁ କେବେ ଆସି ଗାଁରୁ ସହରରେ ରହିବାକୁ ମନ ବଳାନ୍ତି ନାହିଁ. ସେକଥା ନା ବୁଝିପାରନ୍ତି ସ୍ୱାମୀ ନା ସନ୍ତୁଷ୍ଟ ହୁଏ ଶିଖା ବରଂ ହୁଏତ ଭାବୁଥାଏ ପିଲାଟାକୁ ଧରିବାରେ କି କଷ୍ଟ ଯେ ଆଙ୍କର ଦେହ ଖରାପ ହୋଇଯାଉଛି. ଶଶୁର କୁହନ୍ତି ପିଲାଟିକୁ ଧରି ସେ ଏକୁଟିଆ ହଇରାଣ ହେଉଛି କଣ କରିବ!ଶାଶୁ ଅର୍ଥାତ ଜେଜେମା ଔଷଧ ପତ୍ର ଧରି ଚାଲିଆସନ୍ତି ପୁଣି ଗାଁକୁ. ଗାଁକୁ ଆସିବା ପରେ ତାଙ୍କୁ ଜର ଛାଡୁ ଛାଡୁ ଲାଗିଯାଏ ମାସେ. ଶଶୁର ଅର୍ଥାତ କଳିକାଙ୍କ ସ୍ୱାମୀ ପୁଣି ଯେବେ ବାହାରନ୍ତି ଓଡିଶାର ରାଜାଧାନୀ ଭୁବନେଶ୍ୱର କଳିକା ରାଜି ହୁଅନ୍ତି ନାହିଁ କହନ୍ତି ତୁମେ ଏକା ଯାଅ ହେଲେ ପ୍ରକାଶବାବୁ ଠିକ ବୁଝିଥାନ୍ତି କଳିକାଙ୍କ ପରି ନାତିକୁ ସେ ଧରି ରଖି ପାରିବେନି ପୁଣି ଶିଖା ଅଫିସ ଗଲାପରେ କୋଉଠି କଣ ରଖିଛି ବଢ଼ାବଢି କରି ନିଜେ ଖାଇପାରିବେନି. ପୁଅକୁ ଦଶଟାରୁ ଚାରିଟା ଯାଏଁ ରଖିବାକୁ ନିଯୁକ୍ତ ଝିଅଟି ମଧ୍ୟ ପିଲା ଧରିବା ଛଡା ଅନ୍ୟ କିଛି କରେନି କଣ କରିପାରେନି କାରଣ ଆସ୍ତେ ଆସ୍ତେ ବଡ଼ ହେଉଥିବା ନାତି ଟୋକା ମାଆ ଅନୁପସ୍ଥିତିରେ ନବୁଲେଇଲେ କୁକୁର, ବିଲେଇ, ପକ୍ଷୀ, ଗାଡି ମଟର ଯିବା ଆସିବା ନଦେଖାଇଲେ କୋଳରେ ରହେନି, ଶୁଏନି ଏମିତିକି ଖାଇବା ପିଇବାରେ ତା ମନରଖି କରିବାକୁ ପଡେ ତ ସେ ଅନ୍ୟ କଥା ବୁଝିବା ସମ୍ଭବ ନୁହେଁ ତେଣୁ ଏକା ମଧ୍ୟ ପ୍ରକାଶବାବୁ ଯିବାକୁ ରାଜି ହୁଅନ୍ତି ନାହିଁ ବରଂ ଫୁସୁଲାଉ ଥାଆନ୍ତି କଳିକାଙ୍କୁ ତୁମକୁ ଦେଖିଲେ ନାତି ମନ ଆନନ୍ଦ. କାଖେଇ ଛକକୁ ନେଇ ଗାଡି ଦେଖେଇବ, ଗଛରେ ବସିଥିବା ପକ୍ଷୀ ଓ ରାତି ଆକାଶର ତାରା ପୁଣି ହନୁମାନ ମନ୍ଦିର ନେବ. କଳିକାଙ୍କର ବି ମନ କହେ ଥରକୁ ଥର ଯାଇ ନାତିଟାକୁ ଟିକେ ଧରନ୍ତେ, ତା ସହ ଗୁଡୁରୁଗାଡୁରୁ ହୁଅନ୍ତେ, ହସ ଖୁସି ମଜ୍ଜା କରନ୍ତେ କିନ୍ତୁ କର୍ମଜୀବୀ ବୋହୁକୁ ହଇରାଣ କରିବାକୁ ଇଛା ହୁଏନି ।
ଏଣେ ନାତିର ଗୁଳୁଗୁଲିଆ କର୍ମପ୍ରବଣତାକୁ ଭିଡ଼ିଓ କରି ଶିଖା ଦିଏ ଦେଖିବାକୁ. ଫୋନ କାନରେ ଦେଲେ କିଛି କିଛି ଅସ୍ପଷ୍ଟ କଥା ମଧ୍ୟ କୁହେ. ଠିଆ ଠିଆ ପରେ ଠୁକୁ ଠୁକୁ ଚାଲି ଶିଖେ. ଆଶଙ୍କା ହୁଏ ପଡ଼ିଯିବନିତ, କିଏ ନେଇଯିବନିତ ଭାବି ଥରକୁ ଥର ଜେଜେ ଜେଜେମା ଯାଆନ୍ତି ଶିଖାକୁ ଅସୁବିଧାରେ ପକାନ୍ତି ଓ ନିଜ ଦେହ ମୁଣ୍ଡ ଖରାପ କରି ନାତିର ରୁଟିନ ଏପଟ ସେପଟ କରି ତାର ଅସୁସ୍ଥତାର କାରଣ ହୋଇ ପୁଣି ଫେରନ୍ତି ଗାଁକୁ. ସେଦିନ ଶିଖା ଫୋନ କଲା ମାଆ ପୁଅ ମିଳୁନି. ମିଳୁନି ମାନେ? ଚମକି ପଡିଲେ ପ୍ରକାଶବାବୁ ଓ କଳିକା ଦେବୀ. ଶିଖା କାନ୍ଦି କାନ୍ଦି କହୁଥାଏ ଏବେ ଭାରି ଦୁଷ୍ଟ ହେଉଛି, କୌଣସି କାମ କରେଇଦେଉନି, ଫିଙ୍ଗା ଫୋପଡ଼ା, ଭଙ୍ଗା ଭଙ୍ଗି, ଘଣ୍ଟା ଘଣ୍ଟି କରିବାରୁ ନିବୃତ୍ତ ରଖିବାକୁ ଯାଇ ଅଳ୍ପ ସମୟ ତାକୁ ବାହାରେ ଛାଡ଼ି ଦୁଆର ଦେଇଦେଇଥିଲି ତ ଦୁଇ ମିନିଟ ପରେ ଖୋଲି ଦେଖେତ ପୁଅ ନାହିଁ. ଚାରିପଟେ ଖୋଜି ସାରିଲିଣି. ଏକଥା ଶୁଣି ବଜ୍ରପାତ ହେଲା ମୁଣ୍ଡରେ. ଦୁହେଁ ବାହାରି ପଡିଲେ ଭୁବନେଶ୍ୱର. ପୁଅ ଏବେ ଦିଲ୍ଲୀରେ. ଜାଣିଲେ କଣ ବୋଲି କଣ ଭାବି ଚାଲିଆସିବ. ଏମିତି ଅନେକ ଆଶଙ୍କାରେ ସେଠି ଯାଇ ପହଁଚିଲା ପରେ ଶିଖା କୋଳରେ ନାତିକୁ ଦେଖି ଆଶ୍ୱସ୍ତ ହେଲୁ।
କଥାଟା ଥିଲା ଦୁଆର ସେପଟୁ ଘରମାଲିକଙ୍କ ସ୍ତ୍ରୀ ପିଲାକୁ ଏକୁଟିଆ ଦୁଆର ଦେଇଦେବା ଦେଖି କାଖେଇ ନେଇଯାଇଥିଲେ ଓ ଖୋଜିଲା ବେଳେ ଜାଣିଶୁଣି କିଛି ସତ ନକହି ପୁଅକୁ ଦେଖିନାହାଁନ୍ତି କହିଦେଇଥିଲେ ଶିକ୍ଷା ଦେବାକୁ ଶିଖାକୁ. ଏତେ ଛୋଟ ପିଲା, କିଛି ଦୁଷ୍ଟାମି କରିବା ତାର ସ୍ୱାଭାବିକ. ମାଆ ଯେତେ କର୍ମଜୀବୀ ହୋଇଥାଉନା କାହିଁକି ଏତେ ଛୋଟ ଛୁଆକୁ ବାହାରକୁ ଛାଡ଼ି କବାଟ ଦେଇଦେଲେ ତା ମନରେ ଯୋଉ ପ୍ରତିକ୍ରିୟା ସୃଷ୍ଟି ହେବ ତାହା ସାରାଜୀବନ ରହିଯିବ. ଅଳକା କେତେ କଥାର ନଥା ସବୁ ଭାବୁଥିଲେ, ପୁଣି ତାଙ୍କ ପିଲାଙ୍କୁ ପାଳିବା ବେଳର ଅନେକ ତ୍ରୁଟିକୁ ମଧ୍ୟ ସ୍ମୃତି ଆକାରରେ ସାଉଁଟି କଷ୍ଟ ଓ ଯନ୍ତ୍ରଣା ପାଉଥିଲେ. ନାତିକୁ କୋଳକୁ ନେଇ ଶୁଆଉ ଶୁଆଉ ଏ ଭିତରେ ଗାଁକୁ ଫେରିବା ନାଁ ନେଉନଥିଲେ. ପୁଅ କହୁଥିଲା ଛୁଟିରେ ସମସ୍ତେ ମିଶି ଦିଲ୍ଲୀ ଆସ ହେଲେ ପ୍ରକାଶ ବାବୁ କହୁଥିଲେ ତୁ ଆଗ ପିଲାମାନଙ୍କୁ ନେଇକି ଯା ଆମେ ପଛରେ ଯିବୁ. ନାତି କିନ୍ତୁ ଛାଡ଼ି ଦେଉନଥିଲା ଜେଜେ ଓ ଜେଜେମାଦୁହିଁଙ୍କୁ ।