STORYMIRROR

Karna Gahir

Others

3  

Karna Gahir

Others

ପ୍ରେରଣା

ପ୍ରେରଣା

1 min
171

ଶବ୍ଦର ଲହଡ଼ି ସବୁ

ଛନ୍ଦି  ହେଉଥାନ୍ତି

କବିର ପାଦରେ, ମନରେ

ଖାଲି ସାଉଁଟିବ।ର କଥା

ଯୋଡି ଯୋଡି ତୋଳିବା କଥା

କବିତାର ଅଟ୍ଟାଳିକା ।

  

କବି କଣ ଶବ୍ଦ ଅଣ୍ଡାଳେ?

କାଳିଦାସ କଣ ସେୟା କରୁଥିଲେ ?

ତାଙ୍କ ପାଖକୁ ଶବ୍ଦ ତକ

ଓହ୍ଲେଇ ଆସୁଥିଲେ 

ଶ୍ରାବଣର ବର୍ଷା ଭଳି ।

ସେ ଭିଜୁଥିଲେ,ଖେଳୁଥିଲେ

ନିତି ନିତି ଏକାଗ୍ରରେ  ॥


Rate this content
Log in