Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Karna Gahir

Others

2  

Karna Gahir

Others

ଜନ୍ମଦିନ

ଜନ୍ମଦିନ

1 min
116


ପୂଣ୍ୟ ଜନ୍ମତିଥିର

କୁଆଁ କୁଆଁ କାନ୍ଦ ପରଠୁଁ

ହସକୁରା ଯେତେକ ଜନ୍ମଦିନ

ସବୁ କୃତ୍ରିମ କୃତ୍ରିମ ॥

ଆଜିର ସ୍ନେହ ,ପ୍ରେମ

ଲାଗୁନି କାଇଁ

ନିଶ୍ଛଳ,ମହବୁତ, କି ଅନାବିଳ ।

  

ପାଶ୍ଚାତ୍ୟର ଦୀପଫୁଙ୍କା

ତାଲିଫିଙ୍ଗା, କେକ୍ କଟା

ମୋ ସଂସ୍କୃତିକୁ ଲିଭେଇବାରେ ଉଦ୍ୟତ ।

ଥରେ

ମହାପୁରୁଷ ହୋଇକି ଦେଖ

ମଲା ପରେ ବି

ଦୀପ ଜାଳିବେ ଜନ୍ମଦିନରେ ।

ତୁମ ପାଦରେ

ପାଦ ମିଶେଇ ଚାଲି ଶିଖିବେ

ରୋଲ ମଡ଼େଲ କରି ବେ ତମକୁ

ତାଙ୍କ ଲକ୍ଷ୍ୟ ପ୍ରଥରେ ॥


Rate this content
Log in