STORYMIRROR

Debadatta Jena

Romance Thriller

4  

Debadatta Jena

Romance Thriller

ଇନ୍ଦ୍ରଧନୁକୁ ପଦେ

ଇନ୍ଦ୍ରଧନୁକୁ ପଦେ

2 mins
326


ଇନ୍ଦ୍ରଧନୁ... 

ତୁମକୁ ମୁଁ ଅବା.. 

କଣ ସମ୍ବୋଧନ କରିବି, 

ତୁମେ ମୋ ମନ, ଯିଏ ତୁମେ.., 

ତୁମେ ମୋ ହୃଦୟ, ଯେ ତୁମେ ନିଜେ.., 

ତୁମେ ମୋ ସ୍ପନ୍ଦନ, ଯିଏ ବାର ବାର ହଜେ.., 

ମୋ ନିର୍ଜନ ଦ୍ଵିପରେ, କଣ କହି ବ୍ୟଥିତ ଆତ୍ମାର 

ଏ ଅପରିବ୍ୟାପ୍ତ ସୀମାକୁ ମୁଁ ପୂର୍ଣ୍ଣତଃ ପରି ପ୍ରକାଶ କରିବି, 

କଣ କହି ଏ ଅତୃପ୍ତ ଭାବାବେଗକୁ ତୁମଠି ଉପସ୍ଥାପନ କରିବି, 

ତୁମେ ମୋ ଅବ୍ୟକ୍ତ ପୃଥିବୀର ବ୍ୟଥିତ ଜାହ୍ନବୀ,ପାର୍ଥିବ ପ୍ରତିମା ତୁମେ ମୋ ପ୍ରେୟସୀ ପ୍ରିୟତମା...!

ତୁମେ ମୋ ହୈଂମନ୍ତ ଆକାଶର ବିସ୍ମୃତ ମାନସୀ,ଏ ହୃଦୟ ଆକାଶ ର ଜହ୍ନ, ତୁମେ ରୁପସୀ ଅନୁପମା...!

ମୋ ନୀରବ ଶବ୍ଦକୋଷରେ ଅସମାହିତ ଅଦୃଶ୍ୟ ଶବ୍ଦ ସବୁ ଫିକା, 

ତୁମର ସେ ଚଳ ଚଞ୍ଚଳ ଆଳି ଅଳଙ୍କାରର ନବ୍ୟ ଅଳଂକରଣ ଯେ, ତୁମେ ନିଜେ,ତୁମ ବ୍ୟତିରକେ ମୋ ମନ ଅଗଣାରେ ଯେ ସେ 

ଶୂନ୍ୟ ଅଚଞ୍ଚଳ,ସ୍ପନ୍ଦିତ ପ୍ରକାଶ,ଲାଗେ ନିଘଞ୍ଚ ସବୁଜିମା..!

ଯେତେ ଶବ୍ଦ,ପ୍ରତିଶବ୍ଦ, ଯେତେ ଲିପି, ପ୍ରତିଲିପି 

ସବୁ ତ ଅଚଞ୍ଚଳ, ନୀରବ, ନିଥର, ଅପ୍ରତିଭ 

ଧୂସର କୁଂଜ,ଅଳସ ସଂଜ ସ୍ତବ୍ଧ ରେଖା..!

ତୁମର ସେ ଚିକ ମିକ ଜ୍ୟୋସ୍ନା ଓ 

ବିରଞ୍ଚିତ ନକ୍ଷେତ୍ର ତାରା ପୁଞ୍ଜ 

ମାନଙ୍କ ଅପୂର୍ବ ରୋଷଣି 

ମତେ ବାର ବାର 

କରେ ମ୍ରିୟମାଣ, 

ମୋ ମନ 

ବୁଝେନା,

ଭାଷା ପରିଭାଷା, 

ଯେତେ ଶବ୍ଦ, ଅର୍ଥ,ଭାବ, 

ବୋଧ, ଅବବୋଧ, ଅଭିଧାନ 

ଆଉ ସାରଳାର୍ଥ, ନୀରବ ନିସ୍ତବ୍ଧ ଗାଥା..!

ଆଉ ଉପମା..ଉପମା ଯେତେ ଅଳପ ଲାଗୁଛି, 

କେଉଁ ଉପମା ମୁଁ ଗଢିବି, ସବୁ ଅଳଙ୍କାର କମ ପଡ଼ିଯିବ 

ବୋଧେ କେଉଁ ଚିତ୍ରକଳ୍ପକୁ ମୁଁ କଳ୍ପିବି, ତୁମେ ମୋ ନୀରବ ନୀଶିଥ କବିତାର ଝଡ଼, ନୀରବ ସଂଗୀତ ଗାଇବି,ନୀରବି ନୀରବେ ବର୍ଷିଲେ ଥରେ ମୁଁ, ମୋ ପ୍ରତୀକ୍ଷାର ସୀମାକୁ ନିଃସର୍ତ୍ତ ଅଙ୍ଗନେ ମାପିବି !

ଯେତେ ନିରଳସ ନୀରବ ସ୍ଵାକ୍ଷର, ପ୍ରତିଛବିକୁ ମୁଁ, 

ନୀରବେ ମଉନେ, ତୁମ ସୁପ୍ରତିମ ଛବି, 

ଅପ୍ରତିମ ଛନ୍ଦେ ଗୁନ୍ଥିବି, ପ୍ରେମ ପ୍ରତିଭୂରେ 

ଅଭିଭୁତ ହୋଇ ପ୍ରେମ ପୁଷ୍ପ ରାଗେ, 

ତୁମ ବିଭୋର ପ୍ରତିମା ଅଙ୍କିବି..! 

ତୁମେ ଦେଇଥିବା ରଂଗର ଅପୂର୍ବ ସମ୍ଭାର 

କଳ୍ପନାର ସୌଧ, ଚନ୍ଦ୍ରଭାଗା ତୁଠେ ଶବ୍ଦର ନିକ୍ଵଣେ 

କଳାର କୋଣାର୍କ ଅପୂର୍ବ ଠାଣିରେ ଗଢିବି,

ତୁମ ରାଗିଣୀର ଅତୁଲ୍ୟ ମୂର୍ଚ୍ଛନା, ଝଙ୍କୃତ ତାଳରେ 

ମୋ ହୃଦୟ ସ୍ତବକ, କରୁଣ ସଂଗୀତ କିବା ଗାଇବି, 

ତୁମେ ହସୁଥିବ ପୁଆଣି ସଂଜରେ, ମୁଁ, 

ମୋ ଜୀବନ ଗୀତିକା ଲେଖିବି..! 

ସପ୍ତରଙ୍ଗୀ.., 

ତୁମ ରଂଗ ଛିଟା, ମୋ ଦେହେ ବୋଳିଲେ 

ତୁମ ଚିତ୍ର ପ୍ରତିମା ମୋର ହୃଦୟ କାଗଜେ, 

ପ୍ରତିବିମ୍ବ ଟିଏ ଆଙ୍କିବି, 

ତୁମ ସେ ବର୍ଣ୍ଣାଳି ମୋ ମନେ ଛୁଇଁଲେ, 

ତୁମ ପ୍ରତିବିଂଦୁ କୁ ମୁଁ ଲେଖିବି..!


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance