STORYMIRROR

Sunanda Mohanty

Romance Action Thriller

4  

Sunanda Mohanty

Romance Action Thriller

ପୁଷ ଶୀତ

ପୁଷ ଶୀତ

3 mins
258

ଛାତ ଉପରେ ପାଣି ଦେଲାବେଳେ ଦେଖିବାକୁ ମିଳିଲା ଦାଣ୍ଡଦୁଆର ଆଗରେ ଥିବା ବରଗଛର ଡାଳରେ ବସା ବାନ୍ଧିଥିବା ପକ୍ଷୀମାନଙ୍କୁ ଅହରହ ହଇରାଣ କରୁଥିବା ମାଙ୍କଡ଼ଟି ଚୁପଚାପ ବସିଛି, ସତେ କି ଯୋଗୀଟିଏ .ଦିନେ ହେକ ହେକ କରିଦେଇଥିଲି ଯେ ଡେଇଁପଡିଲା ମୋ ଉପରକୁ ଭାବିଥିଲି ଶେଷକୁ ମାଙ୍କଡ଼ ହାତରେ ଜୀଵନ ନଗଲେ ବି ତା ଯୋଗୁଁ ଡାକ୍ତରଖାନା ଯିବା ନିଶ୍ଚିନ୍ତ କିନ୍ତୁ ସେମିତି କିଛି ନକରିଥିଲେ ବି ହନୁମାନ ଚାଳିଶା ବୋଲି ବୋଲି ଦୁଷ୍ଟ ମାଙ୍କଡ଼ ଦାଉରୁ ଖୁବ କଷ୍ଟରେ ଉଦ୍ଧାର ପାଇବା ଆଜି ବି ମନେ ଅଛି ମୋର . ସବୁଦିନ ତୁଳସୀ ପୂଜା ସାରି ପକ୍ଷୀଙ୍କ ପାଇଁ ଖାଦ୍ୟ ଆକାରରେ ଖୁଦ କି ଚାଉଳ ସହ ମାଟି, ଷ୍ଟିଲ, ପ୍ଲାଷ୍ଟିକ ଘଡ଼ାମାନଙ୍କରେ ଅଭ୍ୟାସ ବଶତଃ ପାଣି ଭରୁ ଭରୁ ଦେଖିଲି କୋଉ ପକ୍ଷୀ ପିଉ ନପିଉ ନିଶ୍ଚିନ୍ତ ପାଣି ପିଇ ସନ୍ତୁଷ୍ଟରେ ଉଡିଯାଉଥିବା କାଉଟି ପାଣି ଢାଳ ପାଖେ ମୌନ ଯୋଗୀ ପରି ବସିରହିଛି. ମତେ ଦେଖିବି ଉଡିଯାଉନି. ଛାତ ପ୍ରାଚୀର ଦେଇ ତଳକୁ ଚାହିଁଲି.ଦୁଇଟି କୁକୁର ମାଆଠୁ ଜନ୍ମିଥିବା ଚାରି ଚାରିଟା ଲେଖାଏଁ ପିଲାଙ୍କ ଭିତରେ ଅନବରତ କଳି ଝଗଡା ଲାଗି ଖାଲି ଭୁ ଭୁ ଶବ୍ଦ ଶୁଭୁଥିଲା ତା ନୁହେଁ ବରଂ ଗୋଟେ କୁକୁର ମାଆର ବଳୁଆ କାଳିଆ କୁକୁରଛୁଆଟି ନିଜ ଶିବଲିଙ୍ଗସଙ୍କ ସହ ଅନବରତ ଯୁଦ୍ଧରେ ଲିପ୍ତ ରହିବା ସହ ଅନ୍ୟ କୁକୁରମାଆଟିର ପିଲା ଚାରୋଟିଙ୍କୁ ମଧ୍ୟ ଛାଡ଼ୁନଥିଲା ସେ କିନ୍ତୁ ଆଜି ବସିଥିଲା ନିର୍ବିକାର ଭାବେ ଯେମିତି ଶାନ୍ତ ଶିଷ୍ଟ କୁକୁର ଛୁଆଟି ଦସ୍ୟୁ ନୁହେଁ ବରଂ ନିରୀହ ପଶୁ. ଏସବୁ ଦେଖି ମତେ ଲାଗିଲା ପ୍ରକୃତି ସହିତ ପ୍ରକୃତିରେ ବଢୁଥିବା ସମସ୍ତ ପଶୁ ଓ ପକ୍ଷୀ ଏମିତି ଯୋଗୀ ହୋଇଯିବା କାରଣ ନିଶ୍ଚୟ ପୌଷ ମାସର ଶୀତ.

   ତଳକୁ ଆସିଲା ପରେ ପୂଜା କାମ ସାରି ଜଳଖିଆ ଦେଇ ସମସ୍ତଙ୍କୁ ଝିଅ ରୁମକୁ ଯାଇ ଦେଖେତ ଗୁମସୁମ ମୁହଁଟି ତାର.କେଇଟା ଦିନର କୁଣିଆ ଆଉ ସେ ଏ ଘରେ ତେଣୁ ଭାବାନ୍ତର ତାକୁ ଏମିତି ଯୋଗୀ କରିଦେଇଛି ଯେ ପ୍ରଗଳଭା ଝିଅ ଆନି ଏକଦମ ନିରବୀ ଯାଇଛି. ମୁଣ୍ଡରେ ହାତ ରଖି ପଚାରିଲି କଣ ହୋଇଛି ମାଆ? ତୋ ଥେସିସ କାମ ସବୁ ଠିକ ଠାକ ଚାଲିଛି ତ ଝିଅ!ବ୍ୟସ୍ତ ହୁଅନା ମାଆ ଆନି. ସବୁ ଝିଅ ଏମିତି ଦିନେ ପରଘରୀ ହୁଅନ୍ତି. ସେତେବେଳେ ଆମ ସମୟର ଆଈ ଓ ଜେଜେମା ଇତ୍ୟାଦି ଗୁରୁଜନ ଶ୍ରେଣୀର ମାଆ ମାଉସୀ କହନ୍ତି ଝିଅ ଜନମ ଚୁଲି ମୁଣ୍ଡକୁ ହେଲେ ସେଇ କଥା ଆଜିଯାଏଁ ସତ ହେଲେ ବି ଝିଅଟିକୁ ମିତ ପରି ସ୍ୱାମୀଟିଏ ମିଳିବା କଣ କମ କଷ୍ଟ ମାଆ. ଏଇ ଦେଖୁନୁ ପୁଅର ପସନ୍ଦ କରିବା ସରିଥିଲେ ମଧ୍ୟ ବାହାଘର ପୂର୍ବରୁ କେଵେ ମୁଦିପିନ୍ଧା,କେଵେ ନିର୍ବନ୍ଧ ହେବ ତାଙ୍କର ଜଣେଇ ନାହାଁନ୍ତି ଏଯାଏଁ କାରଣ ତାଙ୍କର ମଧ୍ୟ ବିବାହ ଯୋଗ୍ୟ ଝିଅଟିଏ ଅଛି ତ ତା ବାହାଘର ଠିକ ଠାକ କଲେ ସେ ଆମକୁ ନିର୍ଦ୍ଦିଷ୍ଟ ବାର ଓ ତାରିଖ ଜଣେଇବେ ମାଆ ତୁ ମନଦୁଃଖ କରନା ଝିଅ.

  ଝିଅ ଆନି ଶୁନ୍ୟ ଦୃଷ୍ଟିରେ ଚାହିଁଲା ମତେ କହିଲା ମୁଁ ମଧ୍ୟ ସେଇକଥା କହୁଥିଲି ମାଆ. ବାହାଘର ପୂର୍ବରୁ ରିଙ୍ଗ ସେରିମୋନୀ କି ନିର୍ବନ୍ଧ ନସରୁଣୁ ସେ ପ୍ରସ୍ତାବିତ ପୁଅ ସହ ମୁଁ କି କଥା ହୋଇପାରିବି କହ? ସେ ପୁଅ ମୋ ମୋବାଇଲ ନମ୍ବର ପାଇଯାଇ ତାଙ୍କ ସହ କଥା ବାର୍ତ୍ତା ହେବାକୁ ଅନୁରୋଧ କରୁଛନ୍ତି. ମୋ ଆଡୁ କଥା ଆଗକୁ ନବଢିଲେ କହୁଛନ୍ତି ତୁମେ ଏ ପ୍ରସ୍ତାବରେ ରାଜି ନୁହଁ ବୋଧହୁଏ. ତୁ ଜାଣୁ ମାଆ, ଆଗକୁ ସନ୍ଥ ଭାଲେଣ୍ଟାଇନଙ୍କ ମୃତ୍ୟୁ ବାର୍ଷିକୀ ସପ୍ତାହ ପାଳନ ପଡ଼ିଯିବ ଓ ବିଭିର୍ନ୍ନ ଡ଼େ ଯଥା ଗୋଲାପ ଦିବସ, ପ୍ରସ୍ତାବ ଦିବସ, ଚକୋଲେଟ ଦିବସ, ପ୍ରତିଶ୍ରୁତି ଦିବସ ଇତ୍ୟାଦି ଦିବସ ମାନଙ୍କରେ ମୋ ସହ କଥା ଆଗକୁ ବଢିଲେ ମୁଁ କି କଥା ହୋଇପାରିବି!ତୁ ବ୍ୟସ୍ତ ହୁଅନା ପୁଷମାସ ଶୀତ କଣ ଆଉ ଥିବ!ମୋ ମୁହଁକୁ ଆଶ୍ଚର୍ଯ୍ୟରେ ଚାହିଁରହିଥିବା ଝିଅ ଆନିକୁ ସନ୍ତୁଷ୍ଟ ନୟନରେ ଚାହିଁ ମୁଁ ଭାବୁଥିଲି ନିଜ ଝିଅକୁ ସଣ୍ଠଣା ଯଥା ଶିକ୍ଷା, ସଂସ୍କୃତି, ଆଚାର ବ୍ୟବହାର ଶିଖାଇବାରେ ତ୍ରୁଟି ନାହିଁ ନିଶ୍ଚୟ ମୋର ତ ତା ମୁଣ୍ଡ ସାଉଁଳେଇ କହିଥିଲି ମୁଁ ବଢ଼ାବଢି କରୁଛି ତୁ ତଳକୁ ଆସେ ଝିଅ ଆନି କିନ୍ତୁ ଯୋଗୀ ପରି ଯୋଗ ମୁଦ୍ରାରେ ବସି ମତେ ଅବୁଝା ଆଖିରେ ଚାହିଁରହିଥିଲା ମୋ ଝିଅ ଆନି ମୋ ଫେରିପଡିବା ଦୃଶ୍ୟକୁ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance