STORYMIRROR

Kulamani Sarangi

Abstract Classics

3  

Kulamani Sarangi

Abstract Classics

ଥରେ ଆସ ହୋଇ ମଣିଷ

ଥରେ ଆସ ହୋଇ ମଣିଷ

1 min
271

ଥରେ ଆସ ହୋଇ ମଣିଷ


ଡାକି ଡାକି ହେଲି ଅଧୀର,

ଶୁଣି ଶୁଣି ହେଲ ବଧିର,

ଆଉ ମୁଁ କାହିଁକି ଡାକିବି ଏତେ ଆତୁର ହୋଇ,

ପଥରରେ ମୁଣ୍ଡ ପିଟିଲେ ତୁମେ ଶୁଣୁଛ କାହିଁ?


ପୁଣ୍ୟ କରି ଦଣ୍ଡ ଭୋଗିଲି,

ପାପ କରି ଚଣ୍ଡ ପାଇଲି,

ପଚାରିଲେ ମିଳେ ଉତ୍ତର ସବୁ ପ୍ରାରବ୍ଧ ବୋଲି,

କେମିତି ଜାଣିବି ଗଭୀର କେତେ ସେ ଚୋରା ବାଲି?


ଲୋଭ ମୋହ ମଦ ମାତ୍ସର୍ଯ୍ୟ,

ପାପ ହିଂସା ଦ୍ୱେଷ କଦର୍ଯ୍ୟ,

ପଙ୍କରେ ଘାଣ୍ଟୁଛ ଦୁନିଆଁ ଚତୁର୍ଦ୍ଦିଗ ପଙ୍କିଳ,

ତା ଭିତରେ କିଏ ରହିବ କେଉଁ ପରି ନିର୍ମଳ।


ଯାହାକୁ ଦେଖିବ ମୁହଁରେ,

ବାନ୍ଧି ହସମୁଖା ସଞ୍ଚରେ,

ମୁଖା ତଳେ ମୁଖ କଦର୍ଯ୍ୟ ହାତରେ ରାମପୁରୀ,

ସ୍ବାର୍ଥ ପାଇଁ ବାପ ବେକରେ ପୁଅ ଲଗାଏ ଛୁରୀ।


ଝିଅ ବୋହୂଙ୍କର ଇଜ୍ଜତ,

ରାସ୍ତାରେ ହେଉଛି ବେଜିତ,

ଭଉଣୀ ଭାଇକୁ ବିଶ୍ବାସ ଆଉ ନପାରେ କରି,

ଏ ବିଚିତ୍ର ସୃଷ୍ଟି ଗଢିଲ ସତେ କି ଚିନ୍ତା କରି !!


ସ୍ବାର୍ଥ ଆବେଶରେ ସଂସାର,

ପଡେନାହିଁ ଶାଶୂ ବୋହୂର,

ବୋହୂ ତେଣ୍ଡିଦେଇ ଦି'ପେଗ ଶାଶୁ ଚୁଟି ଘୋଷାରେ,

ଚାକରାଣୀ ହୋଇ ଖଟନ୍ତି ଶାଶୁ ବୋହୂ ଦୟାରେ।


ବାର୍ଦ୍ଧକ୍ୟକୁ ବୋଝ କରିଲ,

ବାତ୍ସଲ୍ୟର ତଣ୍ଟି ଘୋରିଲ,

ସାରା ଜୀବନର ସଞ୍ଚୟ ପୁଅ ହଡ଼ପ କରି,

ବାପକୁ ଛାଡନ୍ତି ଆଶ୍ରମେ ବଡ଼ ସୁଦୟା କରି।


କାମ ଆଉ ପ୍ରେମ ଭିତରେ,

କାମକୁ ରଖିଲ ଉଚ୍ଚରେ,

ବିଭତ୍ସ କାମନା ଉଛୁଳେ ରାସ୍ତା ଘାଟେ କେଦାରେ,

ବୃଦ୍ଧଙ୍କୁ ତରୁଣୀ ରସିଲେ ଅର୍ଥ-ବାଣ ପ୍ରହାରେ।


କରୋନା ମଡକ ଡରରେ,

ବିଚଳିତ ସର୍ବେ ବିଶ୍ବରେ,

ତା ଭିତରେ କରେ ଘୋଟାଲା ଲୋଭି ପଶୁ-ମାନବ,

ଛତ୍ରେ ଛତ୍ରେ କଳିଯୁଗରେ ରହିଛନ୍ତି ଦାନବ।


ଦେବତା ହୋଇ ତ ବସିଛ,

ସାରା ବିଶ୍ବକଥା ବୁଝୁଛ,

ଥରେ ଆସ ମଣିଷ ହୋଇ ବଞ୍ଚିବାକୁ ସଂସାରେ,

ସହଜ ନୁହଇ ବଞ୍ଚିବା ଦିନେ କଳିଯୁଗରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract