ମଣିଷ
ମଣିଷ


ଏଇ ସଂସାରରେ ଜୀବ ଭରିଛନ୍ତି ସେଥିରେ ଅଳପ ଲୋକ,
ଲୋକଙ୍କ ମଧ୍ୟରୁ ମଣିଷ ପଣରେ ଗଣା ନୁହନ୍ତି ଅନେକ ।
କୁକୁର ଛୁଆଟି ବଡ଼ ହେଇଗଲେ ବଳେହୁଏ ସେ କୁକୁର,
କାଉ, ସାପଛୁଆ ବଡ଼ହେଲେ କାଉ-ସାପହୁଏ ନାମ ତା'ର ।
ମଣିଷ ଛୁଆଟି ବଡ଼ହେଲେ ନିଜେ ହୋଇପାରେନା ମଣିଷ,
ତା'ପାଇଁ ଅନେକ ଲୋକ ଲାଗିରହି କରନ୍ତି କେତେ ପ୍ରୟାସ ।
ତଥାପି ଅନେକ କହନ୍ତି-ପୁଅଟା ମଣିଷ ହୋଇଲା ନାହିଁ,
ଆଉ କେତେଜଣ ପଶୁଠାରୁ ହୀନ ରହିଛନ୍ତି ଖାଲି ଖାଇ ।
ପର ଉପକାର ମଣିଷର ଧର୍ମ ଦୟା କ୍ଷମା ତା'ର ଗୁଣ,
ତ୍ୟାଗ ସେବା ପୁଣି ବିବେକ ବଳରେ କରୁଥାଏ ସିଏ କାମ ।
ମଣିଷ ଭିତରୁ ଶ୍ରେଷ୍ଠହେଲେ ଜଣେ ହୁଏ ସେ ମହାପୁରୁଷ,
ପୁଣ୍ୟାତ୍ମା ମହାତ୍ମା ଗଣନାୟକ ଯେ ବଢ଼ାନ୍ତି ଜାତିର ଯଶ ।
#ସିଧାକଥା-୪୪