ଅହଂକାର-ସ୍ଵାର୍ଥପର
ଅହଂକାର-ସ୍ଵାର୍ଥପର


#ସିଧାକଥା-୩୬
ବେଇମାନ ବୋଲି କାହାକୁ ସହିବକି ଦେହ କା'ର ?
ଯେତେ ଚୋରୀ କରୁ ଡକାୟତି କରୁ, ତାକୁ କୁହିବାନି ଚୋର ।
ଚାକିରି କରି ଯେ ଚାକର ହେଇଛି କହିବ ନାହିଁ ଚାକର,
ନିଜକୁ ସେ ପରା ଭାବେ ଜନତାଙ୍କ ପାଇଁ ଦ୍ଵିତୀୟ ଈଶ୍ଵର ।
ମୂର୍ଖ ବୋଲି ତାକୁ କହିବନି ଗଣ୍ଡ-ମୂର୍ଖ ହୋଇଥିବ ଯିଏ,
ବୋକା ଅଳସୁଆ କହିଲେ ରାଗିବ ଅସଲ ବୋକାଟି ସିଏ ।
ଲାଞ୍ଚୁଆ କହିଲେ ନେତା ଅଫିସର ମନଦୁଃଖ କରିଦେବେ,
ମିଛୁଆ କହିଲେ ଠକ-ତାଉଟର ଖାଇ ମୁହଁ ପୋଛିଦେବେ ।
ଗୁଣ୍ଡା କହିବନି ଭେଣ୍ଡା ହେଇଥିଲେ ମେଣ୍ଢାପରି ରଡ଼ିଦେଇ,
ହୁଣ୍ଡାପରି ଶଣ୍ଢା ମୋଡ଼ିଦେବେ ସିଏ ନାଲିଆ ଆଖି ଦେଖେଇ ।
ପାଗଳା ବାଇଆ କହିବନି କେବେ ଦେଖି ନିଶାଖୋର ଲୋକ,
ଅଶ୍ଳିଳ ଗାଳିରେ ଆମକୁ ତୁମକୁ କରିଦେବେ ଟିକିପୋକ ।
ଆଖି ପାଟି କାନ ବୁଜି ରଖିଦେଲେ ହେବା ଆମେ ସ୍ଵାର୍ଥପର,
ଆମେ ଏ' ଦେଶର ଏ'ଦେଶ ଆମର ତୁଚ୍ଛାହେବ ଅହଂକାର ।