ବୀମା ଏଜେଣ୍ଟ
ବୀମା ଏଜେଣ୍ଟ


ସିଧାକଥା-୧୭
ବୀମା କମ୍ପାନୀର ଏଜେଣ୍ଟ ଜାଲରେ ପଡ଼ିବାକୁ ଭାରି ଡର ,
ମନ୍ତ୍ର ଜାଣନ୍ତି ସେ କେଡ଼େ କଉଶଳେ କରିନେବେ ଆପଣାର ।
କହିବେ ସେମାନେ ତୁମପାଇଁ ଆମେ, ସେବାର ସୁଯୋଗ ଦିଅ,
ବିପଦେ ଆପଦେ ଆମେ ଠିଆ ହେବୁ ପଲିସଟା କରିନିଅ ।
କମିଶନ ଯାହା ମିଳିବ ଆମକୁ ସବୁ ମୁଁ ତୁମକୁ ଦେବି,
କେବଳ ଆମର ଚାକିରି ପାଇଁ ମୁଁ ପଲିସଟା କରିନେବି ।
ବାରବାର ଆସି କବାଟ ବାଡ଼େଇ କେତେ ମିଠାକଥା କହି,
ତ୍ୟାଗର ପ୍ରତୀକ ସେବାନାମ ଧରି ନେଇଯିବେ ମନମୋହି ।
ଅସଲ ବେଳକୁ ଲୁଚିବେ କେଉଁଠି ପାଇବନି ତାଙ୍କୁ ଖୋଜି,
ଆଖିର ଲୁହକୁ ଓଠ ପିଉଥିବ ତାଙ୍କ ନାମ ଭଜିଭଜି ।
ଅଫିସକୁ ଯାଇ ପଚାରି ବୁଝିଲେ କହିବେ ଓଲଟା କଥା ,
ଆଉ ଗୋଟେ ନୂଆ ଯୋଜନା ଆସିଛି ସେଥିରେ ନଥାଏ ଧୋକା ।
ସେଥିରୁ ଗୋଟାଏ ପଲିସ କରନ୍ତୁ ଦୁଃଖ ହେଇଯିବ ଦୂର,
ଯାହା ତ ହେବାର ହେଲାଣି ଛାଡ଼ନ୍ତୁ ଏଠି ଦସ୍ତଖତ କର ।
ଅସହାୟ ହୋଇ ଚାହିଁ ରହିଯିବେ ନଥିବେ ସାହାରା କେହି,
ଯାହା ତ ଯିବାର ଯାଇ ସାରିଲାଣି ଫେରିବେ ବିକଳ ହୋଇ ।