ସବୁଅଛି-କିଛିନାହିଁ
ସବୁଅଛି-କିଛିନାହିଁ


#ସିଧାକଥା-୨୬
ପଇସା ରହିଛି କାମ ବି ପଡ଼ିଛି ମନ ଖାଲି ଛକପକ,
କାହାକୁ ଭରସା କରିଲେ ସେ ଲୋକ ହେଇଯାଏ ପାଣିଜୋକ ।
କାମପାଇଁ କେବେ ଖୋଜିଲେ କେଉଁଠି ମିଳିବେନି ଆଉ ଲୋକ,
ମଜୁରି ବଢୁଛି ସମୟ କମୁଛି ଲୋକେ ହୋଇଲେଣି ଠକ ।
ଯେତେ ଅରଜିଲେ ପେଟ ପୂରେନାହିଁ ଖାଇଲେ ଆହୁରି ଭୋକ ।
ମୁଠା ମୁଠା ଟଙ୍କା ପାଇଲେ ଲାଗୁଛି ପଇସାଟା ପାନପିକ ।
ତାଙ୍କପାଇଁ ଏବେ ସହର ମଝିରେ ହୋଇଛି ଲେବର ଛକ,
ଗାଆଁ ଗହଳିର ମଜୁରିଆ ପାଇଁ ଦଲାଲ ସାଜନ୍ତି ଟିଙ୍କ ।
ବିଦେଶକୁ ନେଇ ଖଟେଇ ଖଟେଇ ଶେଷରେ ମଗାନ୍ତି ଭିକ,
ସରକାରୀ କଳ ସବୁ ଜାଣି-ଶୁଣି ସାଜିଥାଏ ଅନ୍ଧ-ମୁକ ।