STORYMIRROR

Kalpana Satpathy

Abstract Classics Inspirational

3  

Kalpana Satpathy

Abstract Classics Inspirational

ଚିଠିରେ କାହାଣୀ

ଚିଠିରେ କାହାଣୀ

1 min
166

ହୃଦୟର କଥା କହି ନପାରିଲେ

କାଗଜ କଲମ ଧରେ

ଭଙ୍ଗା ହୃଦୟର ମଳିନତା କଥା

ମୋର ହୃଦୟ କନ୍ଦରୁ ଝରେ।

ଏଡେ ଅମାନିଆ ମନଟାତ ମୋର

ଜମା କିଛି ବୁଝେ ନାହିଁ

ହୃଦୟ ର ବାର୍ତ୍ତା କାଗଜ କଲମେ

ସ୍ମୃତି ହୋଇ ଆସେ ଝରି।

କି କାହାଣୀ ମୁଁ ଲେଖିବି ଚିଠିରେ

ଭାବନା ରାଇଜେ ବୁଡେ

ଭଲ ଅବା ମନ୍ଦ ମୁଁ ଲେଖିବି

ଅତୀତର ସ୍ମୃତି ସବୁ ମୋର ମନେ ପଡ଼େ।

ଲୁରେ ଭିଜିଲା କାଗଜଟି ଥରେ

ଅତୀତର କଥା ଭାବି

ଅନ୍ୟ କାଗଜର ପୃଷ୍ଠାରେ ଲେଖିଲି

ଆମ ପ୍ରଥମ ଜୀବନ ଆରମ୍ଭ କଥା

ପ୍ରତି ପୃଷ୍ଠା ମୋର ଦୁଃଖ ଭରା ଥିଲା

ଭାବିଲେ ଘୁରିବ ମଥା।

ଝିଅ ର ଜନମ ଏତେ ହିନିମାନ

ନିଜର ହୁଅନ୍ତି ପର 

ପର ମଣିଷ କୁ ନିଜର ନକଲେ

ସବୁ ହୋଇ ଯାଏ ଭେଲ

ଜନମ ମାଟିର ମମତା ବନ୍ଧନ

ହୋଇଯାଏ ସାତ ପର

କରି ଜାଣିଥିଲେ କଥାତ ସୁନ୍ଦର

ନ କରିପାରିଲେ ମଲ।

ସଂସାର ବନ୍ଧନ ଖାଲି ମାୟା ମୋହ

ମାୟା ମରିଚୀକା ସିନା

ମାୟାରେ ବାୟା ଏ ଜୀବନ ବନ୍ଧନ

ଅଥଳ ଜଳର ଉତ୍କଟ ସୀମାରେ

ପଡିଣ ମୁହିଁ ଯେ ହୁଏ ଖାଲି କଲବଲ

ଶରଣ ନେଉଛି ତୋ ପାଦପଦ୍ମରେ

ବୁଝାଇ ଦେ ମୋତେ ମୋର ମୂଲ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract