Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bibhutibhusan Majhi

Abstract Classics Others

4.0  

Bibhutibhusan Majhi

Abstract Classics Others

ଚୋରି ଯେବେ କରିବୁ

ଚୋରି ଯେବେ କରିବୁ

1 min
195


    ଚୋରି ଯେବେ କରିବୁ

    ଚୋରି କରରେ ମନ

ଏମିତିକା ଧନ  କରିବୁ ହରଣ

 ସୁଖେ ଥିବୁ ଥିବାଯାଏ ଜୀବନ ।


    ଦେଇ କ୍ଷୀର ସର ଲବଣୀ

    ସାଇତିଛି ଯଶୋଦା ରାଣୀ

ସୁଦାମ ରୂପରେ  ଯିବୁ ତୁ ଗୋପ୍ଯରେ

    ଚୋରାଇନେବୁ ତା' କାଳିଆଧନ ।

    ଚୋରି ଯେବେ କରିବୁ।


    ବୃଷଭାନୁସୁତା ସୁନ୍ଦରୀ

    ବଳି ଶ୍ରଦ୍ଧା ପୀରତି ଡୋରି

ରଖିଅଛି ବାନ୍ଧି  ହରିବୁ ସେ ନିଧି

   ଯାଇଥିବେ ଯେବେ ଯମୁନା ସ୍ନାନ ।

    ଚୋରି ଯେବେ କରିବୁ।


ଶୁଣିଥିବୁ ଯମୁନା କୂଳେ

   ବିହେ ଲୀଳା ଗୋପୀଙ୍କ ମେଳେ

ଗୋପୀ ପଦରଜ  ମହାଧନେ ହେଜ

    ହରିବୁ ସେ ତ୍ରିତାପକୁ ଚନ୍ଦନ ।

    ଚୋରି ଯେବେ କରିବୁ।


    ବୃନ୍ଦାବନେ ପ୍ରସିଦ୍ଧ ଚୋର

    ତୋ ଉପରେ ରଖେ ନଜର

ଯାହା ଚୋରାଇବୁ  ତାକୁ ଟେକି ଦେବୁ

    ମୂଲ ଦେଇପାରେ ମହାନିର୍ବାଣ ।

    ଚୋରି ଯେବେ କରିବୁ।


Rate this content
Log in

Similar oriya poem from Abstract