Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Abstract Classics Others

3  

Bidyadhar Mantry

Abstract Classics Others

ଦୟାକରି ଧ୍ୟାନ ଦିଅନ୍ତୁ

ଦୟାକରି ଧ୍ୟାନ ଦିଅନ୍ତୁ

1 min
163



  


ପ୍ରାୟ ସେହି ଗୋଟିଏ କଥା

ଦୟା କରି ଧ୍ୟାନ ଦିଅନ୍ତୁ

ରେଳ ଷ୍ଟେସନ ରେ ମିଠା କଥା

ଧ୍ୟାନ ଏବେ ରେଳ ଗାଡି ଉପରେ

ମିଠା କଥା କିଏ କହୁଛି,ଯଦି ଧ୍ୟାନ ସେଇ ଆଡେ

ରେଳ ଗାଡି ଆଉ ରହିବନି

ଧ୍ୟାନ କେବଳ ରେଳ ଗାଡି ଜନିତ।


ଗାଡି ର ନାମ ସହିତ

କେତେ ନମ୍ୱର୍ ପ୍ଲାଟ୍-ଫର୍ମ

ପୁଣି କେତେ ସମୟ ରେ 

ଷ୍ଟେସନ ରେ ପହଞ୍ଚିବ

ଦୟା କରି ଧ୍ୟାନ ଦିଅନ୍ତୁ ପର ର କଥା।


ଉନ୍ନତି କରଣ ପ୍ରାୟ ଏବେ ପ୍ରତି କ୍ଷେତ୍ରରେ

ଅଥଚ, ଏ ଦୟା କରି ସ୍ଲୋଗାନ ବଳବତ୍ତର

ଯାତ୍ରୀଙ୍କୁ ବି ମିଠା ଲାଗୁଛି

ଷ୍ଟେସନ ରେ ମିଳୁଥିବା ଚା ପରି

ଯାହା ହେଲେ ପିଇବାକୁ ହେବ

ଦୟା କରି ନ କହିଲେ ବି ଶୁଣିବାକୁ ହେବ।


ଯାତ୍ରୀ ମାନେ ପ୍ରାୟ ଚଳ ଚଞ୍ଚଳ

ଗାଡି ଆସିଲେ ହିଁ ଯିବା କଥା

ବେଳେବେଳେ ଦୟା କଥା ସହିତ ଡେରି କଥା

ଡେରି କଥା ଶୁଣି ଯାତ୍ରୀଙ୍କ ବିରକ୍ତିଆ ମୁହଁ

ଡେରି ଯୋଗୁଁ ଖେଦ୍ କହୁ କି ଦୁଃଖିତ

ଅନ୍ୟ ଉପାୟ ନାହିଁ କି ଅଯଥା ଯୁକ୍ତି ନାହିଁ।


ଧ୍ୟାନ ଦିଅନ୍ତୁ,ଆଉ କିଛି ସମୟ ମଧ୍ୟରେ

ସେଇ ପୁରୁଣା କଥା କିନ୍ତୁ ମିଠା ଲାଗେ

ଯଦି ଗାଡି ର ପହଞ୍ଚିବା ସମୟ ପୁରା ଠିକ୍

ଆଜିକାଲି ମୋବାଇଲ ରେ ସୂଚନା

ତଥାପି ସେଇ ସ୍ଲୋଗାନ ବଳବତ୍ତର।


ଟ୍ରେନ୍ ବିଳମ୍ବରେ ଆସିବାର ଥିଲେ

ଟିକେ ଦେଖିବାକୁ ବି ଇଚ୍ଛା

ଧ୍ୟାନ ଦିଅନ୍ତୁ କହୁଥିବା ସ୍ୱର କାହାର

ଏପଟେ ସେପଟେ ଟିକିଏ ଆଖି ବୁଲେଇ

ଦେଖି ତ ହୁଏନି,ବିରକ୍ତି ବି ଲାଗେ

ତୁହାକୁ ତୁହା ସେଇ କଥା

ଦୟା କରି ଧ୍ୟାନ ଦିଅନ୍ତୁ।





Rate this content
Log in

Similar oriya poem from Abstract