STORYMIRROR

Jasoda Majhi

Abstract Inspirational

3  

Jasoda Majhi

Abstract Inspirational

ବିଦାୟ ବେଳା

ବିଦାୟ ବେଳା

1 min
200

ପୂରୁବ ଦିଗରେ ହୋଇଣ ଉଦୟ

ମାଗୁଛ ଗୋ ପୁଣି ବିଦାୟ

ବିଦାୟ ବେଳାରେ କରକୁ ଲମ୍ଫାଇ 

ପ୍ରେମ କରୁଅଛ ଆଦାୟ,

ଦେଖି ମୋର ତନୁ ହୃଦୟ

ଶୋକରେ ହେଉଛି ଅଥୟ ।


  ଆହେ ତେଜସ୍କ୍ରିୟ ରବି

  ନୁହଇଁ ମୁଁ ଗୋଟେ କବି

  ତୋ ସ୍ବର୍ଣ୍ଣ ରୁପକୁ ଯିଏ ବି ଦେଖିଲେ

  ଲେଖି ଦେବ ପଦେ ଭାବି

  କି!ସୁନ୍ଦର ତୋର ଛବି ।


ସକଳ ଶକ୍ତିର ତୁମେ ଆଧାର

ତୁମ ବିନା ନିସ୍ଵ ସାରା ସଂସାର,

ତେଜସ୍କ୍ରିୟ କର ଦେଇ ଉପହାର

ପୃଥିବୀ ବାସୀଙ୍କୁ ଦିଅ ଆହାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract