STORYMIRROR

Jasoda Majhi

Abstract

3  

Jasoda Majhi

Abstract

ଏଇତ ଜୀବନ

ଏଇତ ଜୀବନ

1 min
196


ଜୀବନଟା କେବେ ସୁଖର ଲହରୀ

ଖେଳି ଉଠେ ଆନନ୍ଦରେ,

ଜୀବନଟା କେବେ ଲୁହର ସାଗର

ବୁଡ଼ିଯାଏ ଶୋକ ଭରେ l


ଜୀବନଟା ଅଟେ ଗୋଟିଏ ମୁଦ୍ରାର

ଦୁଇଗୋଟି ପାର୍ଶ୍ୱପରି,

କେବେ କଟେ ଦିନ ମହାଆନନ୍ଦରେ

କେବେ ଶୋକ ଯାଏ ଭରି l


ସୁଖ ଦୁଃଖ ଏଠି ନିୟତିର ଖେଳ

ଖେଳୁଛି ସେ ଇଚ୍ଛା ବଳେ,

ଜୀବନ ଦୀପଟି ବିଧାତା ଇଙ୍ଗିତେ

ସଞ୍ଜ ସକାଳରେ ଜଳେ l


ଜୀବନର ପଥ ସୁପଥ କେବେ ତ

କେବେ କଣ୍ଟକରେ ଭରା,

ଜୀବନର ଆଦି ଅନ୍ତ ଯେ କେଉଁଠି

କାହାକୁ ବା ଅଛି ଜଣା l


ଜୀବନର ମାନେ ବୁଝିଅଛି ଯିଏ

କରଇ ମନେ ବିଚାର

ଜୀବନଟା ଆଜି ଅଛି କାଲି ନାହିଁ

ଆୟୁ ଅଢେଇ ଦିନର l


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract