ଦୃଶ୍ୟ ଘୂର୍ଣ୍ଣିବାତ୍ୟାର
ଦୃଶ୍ୟ ଘୂର୍ଣ୍ଣିବାତ୍ୟାର
ଏ ଦୁନିଆର ରଙ୍ଗ ଅନେକ
ରଙ୍ଗ ବି ପରିବର୍ତ୍ତିତ ପ୍ରତି ମୁହୂର୍ତ୍ତରେ
ଦୃଶ୍ୟ ବି ସେହିପରି
ଲାଜୁଆ ଆଖିରେ ପ୍ରେମର ସମୁଦ୍ର ଦର୍ଶନ
ପରେ ପରେ ବୁଡ଼ିଗଲି ଅସୀମ ଗଭୀରତା ରେ
ଚେତନା ଆସିଲା,ଯେବେ କୂଳରେ ଲାଗିଲି
ପୁଣି ଏକୁଟିଆ,ଏକ ଅହେତୁକ ଲହରୀ ଚାପରେ।
ପ୍ରେମରେ ଘୂର୍ଣ୍ଣିବାତ୍ୟାର ଭୟଙ୍କର ରୂପ
ସମ୍ଭାଳିବା ସୀମା ବାହାରେ
ଏ ଦୁନିଆ ବି ଅଜବ
ପ୍ରତି ପଦକ୍ଷେପରେ ବାଧା
ପ୍ରଶ୍ନ ବି କରିବ, ଏ କାମରେ ପାରିବ ତ!
ଏ ବ୍ୟାପାର ଏତେ ସହଜ ନୁହେଁ
ଭାବୁଛି ,ନିଜ ମୂର୍ଖତାରେ ବି ନୂଆ ନୂଆ
ସବୁ ବ୍ୟର୍ଥ ପ୍ରେମିକ ଭିତରେ ବି ମୋ ନାଁ
କେଉଁ ନାମ ରଖିଲେ ଅବଶ୍ୟ ମନ ବୁଝିଯିଵ !!
ଯାହା ହେଉ,ଯନ୍ତ୍ରଣା ରୂପକ ରାଜ୍ୟରେ
ସମ୍ରାଟ ଖୋଜୁଥିଲି
ଏବେ ନିଜେ ମୁଁ ମୁକୁଟ ବିହୀନ ସମ୍ରାଟ।