ଅଂଶୁଘାତ ପ୍ରତିକାର
ଅଂଶୁଘାତ ପ୍ରତିକାର


ସୌରତାପ ବୃଦ୍ଧି ହେଲେ ଅଂଶୁଘାତ
ହୁଏ ଏହି ଖରାଦିନେ
ଏଥିରୁ ସୁରକ୍ଷା ପାଇବାରେ ଆମେ
ପ୍ରତିକାର ଥିଲେ ମନେ ।
ଅଧିକ ଖରାରେ କେବେ ବୁଲିବାନି
କରିବାନି କଷ୍ଟ କାମ
ବାଟେ ଆସୁଥିଲେ ବୃକ୍ଷ ଛାୟା ତଳେ
ନେବାରେ ଆମେ ବିଶ୍ରାମ ।
ମସ୍ତକେ ଟୋପି ବା ଓଦା ଗାମୁଛାକୁ
ରଖି ଘରୁ ବାହାରିବା
ପାଣି ବୋତଲ ଓ ଛତା ନେବା ସଙ୍ଗେ
ପାଦେ ଜୋତା ପିନ୍ଧି ଯିବା ।
କୋଠା ଟିଣ ଉପରେ ଢାଳିବା
ଜଳ ଆମେ ପ୍ରତିଦିନ
ଲେମ୍ବୁପାଣି,ଘୋଳଦହି ତୋରାଣୀକୁ
କରିବା ଏ ଦିନେ ପାନ ।
ପ୍ରଖର ଖରାରେ କେବେ ଚଢ଼ ନାହିଁ
ପାହାଡ଼ ଓ ପରବତ
ପଠାଅ ରୋଗୀଙ୍କୁ ଡାକ୍ତରଙ୍କ ପାଶେ
ହୋଇଥିଲେ ଅଂଶୁଘାତ ।
ଜଳ ଯୋଗୁଁ ଦୂର ହୁଏ ଅଂଶୁଘାତ
ଜଳ ହିଁ ଅଟେ ଜୀବନ
ଜଳଛତ୍ର ଦ୍ଵାରା କଲେ ଜଳଦାନ
ହୁଅଇ ଜୀବନ ଧନ୍ୟ ।