STORYMIRROR

Chittaranjan Nanda

Classics Inspirational Others

3  

Chittaranjan Nanda

Classics Inspirational Others

କେବେ ମିଳିବ ନବ ଉନ୍ମାଦନା

କେବେ ମିଳିବ ନବ ଉନ୍ମାଦନା

1 min
159


ଛୁଆ ଦିନେ ଚାହୁଁଥିଲି ଏ 

ଗଗନ ଗବାକ୍ଷକୁ,

ଦେଖୁଥିଲି କେତେ ସପ୍ତ

ରଙ୍ଗୀ ଇନ୍ଦ୍ରଧନୁକୁ ।


ନାଚୁଥିଲି ଦେଖି ସେମାନଙ୍କର 

ଅପରୂପ ଆଭା 

ଭୁଲି ନହୁଅଇ ମନୁ ସେବେର 

ଧରଣୀର ଶୋଭା ।


ମାନସକୁ ଟାଣି ଆସୁଛି ସେଇ 

ଆକାଶ ନୀଳିମା

ଦୂଷିତ ପରିବେଶ, ପାଉନି 

ସେଇ ଧରା ସବୁଜିମା ।


ମନେ ପଡେ କାନ୍ତି କମନୀୟ 

ପୁଷ୍କରିଣୀ ଜଳକୁ

ଦାଉ ଦାଉ ଦେଖୁଥିଲି ଶୁଦ୍ଧ 

ପାଣିରେ ମୋ ମୁହଁକୁ ।


ବୁଦ୍ଧିଜ୍ଞାନ ହୋଇ ଭ୍ରଷ୍ଟନଷ୍ଟ 

ଅରାଜକତା ବ୍ୟାପିଛି

ପ୍ରକୃତିକୁ ଭୁଲି କୃତ୍ରିମତାରେ

ପଡି ବିପଦେ ପଡ଼ିଛି ।


ମନେ ଆସେ କେବେ ମଣିଷ 

ପାଇବ ଦିବ୍ୟ ଚେତନା

କରି ପରିବେଶ ସରଂକ୍ଷଣ, 

ମିଳିବ ନବ ଉନ୍ମାଦନା ।



Rate this content
Log in

Similar oriya poem from Classics