Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smitarani Barik

Abstract

3  

Smitarani Barik

Abstract

ହେ ଜୀବନ

ହେ ଜୀବନ

1 min
145



ହେ ଜୀବନ , 

ଟିକେ ଆସ, ମୋ ପାଖରେ ବସ

ଦି ଘଡି ସୁଖ, ଦୁଃଖ ହେବା

କିଛି ତୁମେ କହିବ କିଛି ମୁଁ କହିବି

ଏଇ କୁହା ଶୁଣାରେ

 ମନ ଟିକେ ହାଲୁକା ହୋଇଯିବ

ତୁମ ସାଥେ ଚାଲୁ ଚାଲୁ 

କେତେ ଲୋକ, କେତେ କଥା

କିଛି ସାଥେ ରହିଗଲେ 

ଆଉ କିଛି ଅଧା ବାଟେ ବାଟ ଭାଙ୍ଗି ଚାଲିଗଲେ

ଯିଏ, ଗଲା ଆଉ ଯାହା ନ ମିଳିଲା

ତା ପାଇଁ ଲୁହ ତ ଆସିଛି ଆଖିରେ

ହେଲେ, କେବେ ଅଭିଯୋଗ କରିନି କାହାକୁ 

ଅଭିମାନ କରିନି ବି କେବେ

ହେ ଜୀବନ, 

ତୁମେ ହିଁ ତ ମୋର ସବୁଠାରୁ ଅନ୍ତରଙ୍ଗ ବନ୍ଧୁ ମୋର

ତୁମ କାନ୍ଧେ ମଥା ରଖି କାନ୍ଦି ତ ପାରିବି 

ମୋ ଦୁଃଖ ତୁମକୁ କହିବିନି ତ 

ଆଉ କାହାକୁ କହିବି ।

   


Rate this content
Log in

Similar oriya poem from Abstract