ନିର୍ବାଚନ
ନିର୍ବାଚନ
ପୃଥିବୀରେ ସାମାଜିକ ବିଜ୍ଞାନରେ ରାଜତନ୍ତ୍ର ବିଲୁପ୍ତରେ ଚେତନାର ସୃଷ୍ଟ ଗଣତନ୍ତ୍ର, ଏକ ଉତ୍ତମ ଶାସନ
ଜନଗଣ ବାଛନ୍ତି ପ୍ରତିନିଧି, ତେଣୁ ଏହା ଲୋକଙ୍କ ପାଇଁ, ଲୋକଙ୍କ ଦ୍ୱାରା ଓ ଲୋକ ମାନଙ୍କର ଶାସନ ।
ଦେଶ ଗଠନରେ, ଜନଗଣ ଆମେ, ଯୋଗ ଦେଇ କିଛି କରିଯିବା, ରଖି ଯିବା ଦେଶର ନାଆଁ
ଆମେ ତାହା ନଵୁଝିଲେ, ଭ୍ରଷ୍ଟାଚାରୀ ହେଲେ ଦେଶର ଗର୍ଵ ଗୈାରବ ହୋଇଯିବ ସିନା ଧୂଆଁ ।
ନିର୍ବାଚନ ହୁଏ ବାଛିବାକୁ ସୁଦକ୍ଷ ବିନ୍ଧାଣୀ, କହୁ ଆମେ ମନ୍ତ୍ରୀ, ହେବେ ଆମ ଦେଶର ସେବାକାରୀ
ପୁଂଜିପତିର ଗୋଡ଼ାଣିଆ, ପୁଂଜିର ବଳରେ ଆକାଶରେ
ଉଡି, ଦାମୀ ଗାଡ଼ି ଚଢି, ହେଉଛନ୍ତି ଭ୍ରଷ୍ଟାଚାରୀ ।
ହେ, ବର୍ତ୍ତମାନର ନେତା ନେତ୍ରୀ, ହେଉଛ ଭ୍ରଷ୍ଟାଚାରୀ, ତୁମ ଯିବା ପରେ ତୁମେ ହେବ ଇତିହାସ
ଭବିଷ୍ୟତ ପୀଢି, ଦେଖି ଗୋଡାଣିଆ, ଭ୍ରଷ୍ଟାଚାରୀ ଓ ହୀନ ନୀତି, ତୁମକୁ କରିବେ ଉପହାସ ।