STORYMIRROR

DHARITRI SAHU

Abstract

3  

DHARITRI SAHU

Abstract

ଓମିକ୍ରନ ଆଉ ଆମେ

ଓମିକ୍ରନ ଆଉ ଆମେ

1 min
124

ସକାରାତ୍ମକ ଭାବନା ହୃଦୟେ

 ଭରି ରୁହ ଘରେ ସର୍ବେ,

ହସ ଖୁସି କରି ଜୀବନ ବିତାଅ

ଡର ନାହିଁ ଭାଇ କେବେ।


ଆମେ ସବୁ ବୀର ଭାରତ ମାତାର

ବୀର ରକ୍ତ ପ୍ରବାହିତ

ସୀମାନ୍ତ ପ୍ରହରୀ ନ ହେଇ ପାରିଲେ

 ଜୀବନ ଯୁଦ୍ଧ ଆଗତ।


ଗୋଳା ବାରୁଦର ଆବଶ୍ୟକ ନାହିଁ

ମନୋବଳ କର ଶକ୍ତ,

ଦ୍ଵୀତିୟ ଲହର, ତୃତୀୟ ଲହର

ସବୁ ହେବ ପରାଜିତ।


ହାତ ଧୋଉଥିବା ମୁଁହ ଢାଙ୍କୁଥିବା

ଦୂରତା ରଖି ଚଳିବା,

ଦେହେ ପ୍ରତିରୋଧ ଶକ୍ତି ବଢାଇଲଣ

ନିଜକୁ ରକ୍ଷା କରିବା।


ଓମିକ୍ରନ ଅବା ଡେଲଟା ଭାଇରସ

ଦୁର୍ବଳକୁ ନେବେ ଟାଣି

ସବଳ ହୋଇଣ ମାନସିକ ବଳ

ବଢ଼ାଇବା ଶିଖି ଜାଣି।


ଆଗରୁ ବି ଆମେ ଥଣ୍ଡା ସର୍ଦ୍ଦି କାଶ

କେତେ ଥର ଭୋଗିଛନ୍ତି,

 ତିନି ଦିନ ପରେ ସବୁ ଭଲ ହୁଏ

 ନ ଥାଏ ରୋଗର ପଥି ।


 ରୋଗର ଦୌରାତ୍ମ ଯେତେ ନାହିଁ ଏଠି

 ଅଛି ଡର ପରାଭବ,

 ସାବଧାନତାରେ ରହିଲେ ସମସ୍ତେ

 ସବୁ ଭୟ ଦୂର ହେବ।


 ମୁଖରେ କପଡା ହାତ ପରିଷ୍କାର

 କରି ରହିବା ସାହସେ,

 ଭିଡ଼ ଯାଗା ଠାରୁ ଦୂରେଇ ରହିବା

 ରୁହ ଘରେ ସଙ୍ଗରୋଧେ।


 ସରକାର ଙ୍କର ନିୟମ ମାନିବା

 ଟିକା ନେବା ମିଳି ମିଶି,

 ଟିକା ସଞ୍ଜିବନୀ ଆମ ପାଇଁ ଅଟେ

 ନେଇ ଯିବା ହସି ହସି।


 ଓମିକ୍ରନ ଏତେ ମାରାତ୍ମକ ନୁହେଁ

 ଆସିଛି ଯିବ ପଳାଇ,

 ବସନ୍ତ ହଇଜା ହାର ମାନିଛନ୍ତି

 ପାରିବା ହାର୍ ମନାଇ।


 ଜିତିବାର ଦୃଢ଼ ସାହସ ସଞ୍ଚୟ

 କରିଯାଅ ହୃଦୟରେ,

 ପ୍ରଭୁ ଜଗନ୍ନାଥ ସହାୟ ହୋଇବେ

 ରଖିବେ ଏ ସଂସାରେ।


 ସ୍ନେହ,ଶ୍ରଦ୍ଧା ଆଉ କରୁଣାକୁ ହୃଦେ

 ସ୍ଥାନ ସଦା ଦେଇଥିବା,

 କରୋନା ଯୋଦ୍ଧା ଙ୍କୁ ସମ୍ମାନ ଦେଇଣ

ନିଯେ ଯୋଦ୍ଧା ବନିଯିବା।


ଭାରତ ମାତାର ପ୍ରତିଟି ସନ୍ତାନ

ଏଠାରେ ସାହାସୀ ଯୋଦ୍ଧା,

ସକାରାତ୍ମକ ର ଉର୍ଜା ବୁଣିଦିଅ

ଅନୁରୋଧ ଏ ସର୍ବଦା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract