STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ଏକାକୀ ଜୀବନେ

ଏକାକୀ ଜୀବନେ

1 min
156


ଏକାକୀ ଜୀବନେ ସବୁ ଶୁନ୍ୟ ତାର

  ଚାରିପଟେ ଅନ୍ଧକାର,

ଆଦର ନହୁଏ ମନୁଷ୍ୟ ସମାଜେ

  ନୁହେଁ ସହଭାଗୀ କାର।


ହୀନ ପରି ତାର ଜୀବନ ନିର୍ବାହ

  ଅନ୍ୟ ଜୀବ ଠାରୁ ହୀନ,

ଜୀବ ପ୍ରାଣୀ ମଧ୍ୟ ରୁହନ୍ତି ସଙ୍ଗରେ

  ଜୀବନ ଏକାକୀ ହୀନ।


ଏକାକୀ ମନୁଷ୍ୟେ ନାହିଁ ଶକ୍ତି କିଛି

  ଜୀବନ ଯାତ୍ରାରେ ତାର,

 ସଂଗଠିତ ହେବା ମନୁଷ୍ୟ କର୍ତ୍ତବ୍ୟ

  ଦୁର୍ଲ୍ଲଭ ଜୀବନେ ସାର।


ଏକାକୀ ଜୀବନେ ପ୍ରଭୁ ଭକ୍ତି ପରା

  ପ୍ରଭୁଙ୍କ ସାନିଧ୍ୟ ପାଇଁ,

ସଂଗଠିତ ହୋଇ ରାଷ୍ଟ୍ର ସେବା ପରା

  କର୍ତ୍ତବ୍ୟ ମନୁଷ୍ୟ ପାଇଁ।


ଏକାକୀ ରହିଲେ କେଉଁ କାର୍ଯ୍ୟ ହେବ

  ଘୃଣା ପାତ୍ର ହେବ ସେହୁ,   

କହୁଛି ଦୁନିଆ ପାଗଳ ବା ମୂର୍ଖ           

  ହୁଏ ହୀନିମାନ ଏହୁ।


କଳିଯୁଗ ଅଟେ କର୍ମର ନିମନ୍ତେ

  ସଂଗଠିତ ମହାମନ୍ତ୍ର,

ସଂଗଠିତ ହୋଇ ଜୀବନ ବ୍ୟତୀତ

  ମନୁଷ୍ୟ ଜୀବନେ ମନ୍ତ୍ର।


ଏକାକୀ ଜୀବନେ ନାହିଁ ମୂଲ୍ୟ ତାର

  କର୍ମକୁଢ ଅଟେ ସେହୁ,

ସେଥି ପାଇଁ ପରା ଏକାକୀ ଜୀବନ

  ବ୍ୟତୀତ କରେଟି ସେହୁ।


ଧର୍ମ ନାହିଁ ତାର ନାହିଁ ହିଁ ସଂସାର

  ନାହିଁ ଘର ଦ୍ବାର ତାର,

ଭିକ୍ଷ ମାଗୁ ଥାଏ ଦ୍ବାରେ ଦ୍ବାରେ ଯାଇ

  ଗଛ ମୁଳ ତାର ଘର।


ପେଟ ଭରିବାରେ ଜୀବନ ବ୍ୟତୀତ

  ନାହିଁ ତା ଗୃହସ୍ତାଶ୍ରମ,

ଏକାକୀ ଜୀବନ ଧାରଣ କରୁଛି

  ହୋଇଛି ସେ ମତିଭ୍ରମ।


ନାହିଁ ଏକୁଳର ନାହିଁ ସେକୁଳର

  ଅଜ୍ଞାନୀ ଅଟେଟି ସେହୁ,

ଏକାକୀ ଜୀବନେ ଭ୍ରମୁ ଅଛି ସେହୁ

  ଜୀବନେ କଳଙ୍କ ଏହୁ।


ଦୁର୍ଲ୍ଲଭ ଜୀବନ କର୍ମର ନିମନ୍ତେ

  ଜନସେବା ପର ଧର୍ମ,

ପ୍ରଭୁ ଭକ୍ତି ପରା ଜୀବନ ଆଧାର

  ଏକାକୀ ନୁହେଁ ଟି କର୍ମ।


ରାଷ୍ଟ୍ର କାର୍ଯ୍ୟ ପରା ଜୀବନେ କର୍ତ୍ତବ୍ୟ

  ଜନତା କଲ୍ୟାଣ ପାଇଁ,

ଏକାକୀ ଜୀବନେ ନ ହୁଏଟି କିଛି

  ରାଷ୍ଟ୍ରର ସୁରକ୍ଷା ପାଇଁ।


ଏକାକୀ ଜୀବନ ପୂର୍ବ କର୍ମଫଳ

  ମହାପାପୀ ଅଟେ ସେହୁ,

କରି ନାହିଁ ଧର୍ମ ପୂର୍ବ ତା ଜୀବନେ

   ଏକାକୀ ଜୀବନେ ଏହୁ।


ଜଗନ୍ନାଥ ଭକ୍ତି କରିନି ଜୀବନେ

  ପୂର୍ବ ଜନ୍ମ କାର୍ଯ୍ୟକାଳେ,

ଏକାକୀ ଜୀବନ ବ୍ୟତୀତ କରୁଛି

  ଶୋଉ ଅଛି ଗଛମୂଳେ।



 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract