Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Abstract

3  

Sukadev Mahanta

Abstract

ଜୟ ଜଗନ୍ନାଥ

ଜୟ ଜଗନ୍ନାଥ

1 min
191


ଆହେ ଜଗନ୍ନାଥ  ଦୁଃଖି ଦୁଖ ହାରୀ

     ଦୀନବନ୍ଧୁ ଭକ୍ତ ବତ୍ସଳ

ମହୋଦଧୀ ତୀରେ   ରତନ ବେଦୀରେ

      ଉପବିଷ୍ଟ  ଜଗତ ପାଳ||

ବାରମାସେ ତେର   ଯାତରା ରଚିଣ

     ଭକତଙ୍କୁ ଭାବ ବିହ୍ବଳ

ବିଭୁ ପ୍ରେମ ସ୍ରୋତେ   ଭସାଇ ରସାଇ

      ଲଗାନ୍ତି ଗହଳ ଚହଳ||

ପେଟ ପୁରେ ନାହିଁ   ବୋଲି କହି ସିଏ

        ଷାଠିଏ ପଉଟି ରାନ୍ଧି

ଅବଢା ରୂପରେ    ଭକତେ ଖୁଆନ୍ତି

     ଭାବର ଡୋରୀରେ ବାନ୍ଧି||

ମହୋଦଧି ଦୂରୁ    ବହି ଆଣୁଥାଏ

     ସୁଶିତଳ ସେ ସମୀରଣ

ନୀଳଚକ୍ର ଦେହେ   ହାତ ଠାରି ଡାକେ

    ତା ବାନା ପତିତ ପାବନ||

କଳ୍ପ ବଟ ଠାରୁ   ମହୋଦଧି ଯାଏ

     ସ୍ଥାନ ଅଟେ ଅନ୍ତର୍ବେଦୀ

ଯେଉଁ ସ୍ଥାନେ ନର   ମରଣ ଲଭିଲେ

      ଯମ ପାରେନି ଜମା ବାନ୍ଧି||

ଅନ୍ତର୍ବେଦୀ ଦେହେ  ତେଜି ଶେଷ ଶ୍ବାସ

     ସ୍ବର୍ଗଦ୍ବାରେ ଲୀନ ହୋଇଲେ

ମୋକ୍ଷ ଲଭି ନର  ଜନ୍ମ ମୃତ୍ୟୁ ଚକ୍ରୁ

   ମୁକତି ଲଭଇ ସେ ଭଲେ ||

ଆଦ୍ୟ ଅବତାର   ମତ୍ସ୍ୟ ଅବତାର

     ତା ମହୋଦଧିରେ ନେଇଣ

ଆରତ ତାରଣ   ଧର୍ମ ସଂସ୍ଥାପନ

    କରିଥିଲେ ବିଷ୍ଣୁ ମୋହନ||

ତା ଦେଉଳ ଅଟେ  ବଡ ଦେଉଳ ଯେ

     ଦାଣ୍ଡ ତାହାର ବଡ ଦାଣ୍ଡ

ସୁନାର ଗୌରାଙ୍ଗ   ପ୍ରଭୁ ଲୋକନାଥ

     ନୀଳାଚଳୁ ବିଶ୍ବ ବ୍ରହ୍ମାଣ୍ଡ ||

ବିଶ୍ବ ମାନଚିତ୍ର   ରଚଇ ଶ୍ରୀକ୍ଷେତ୍ର

    ମହିମା ମୟ ଜଗନ୍ନାଥ

ଚଉଦ ଭୁବନ    ପାଳନ କରଇ

    ତା ପାଦେ କୋଟି ପ୍ରଣିପାତ||


Rate this content
Log in

Similar oriya poem from Abstract