STORYMIRROR

Krushna Chandra Lenka

Abstract Action Inspirational

4  

Krushna Chandra Lenka

Abstract Action Inspirational

ବିନାଶ କାଳେ ବିପରୀତ ବୁଦ୍ଧି

ବିନାଶ କାଳେ ବିପରୀତ ବୁଦ୍ଧି

1 min
474

ବିକାଶ ନାମେ ଯେ ମଣିଷ ଗଢେ କେତେ ନଗର,

ନିଇତି ତା'ସାଥେ ଗଢଇ ସଡକ ପଥ ଦୂର।


କେତେ କେତେ ସଉଧମାଳା ତୋଳୁଚି ନିତି ନର,

କଳ କାରଖାନା ସହିତେ ଗଢେ ଏଠି ବନ୍ଦର।


ସେପାଇଁ ନାଶଇ ଜଙ୍ଗଲ ନାଶଇ କେତେ ତରୁ,

ପ୍ରଭାବେ ଅବନୀ ଦିଶଇ ସତେ ଯେ ଅବା ମରୁ।


କେଡେ ଉପକାରୀ ଏଗଛ ଥିଲା ଏ ମହୀ କୋଳେ,

କାହିଁ ଏମନ୍ତ ହୁଏ ନର ସେତ ବୁଝେନି ତିଳେ ।


ଅଷ୍ଟ ମାସ କାଳ ତପତ ମହୀ ହେଲାଣି ଯହିଁ,

ସେକାଳେ ବିପରୀତ ବୁଦ୍ଧି ତାରେ ଦିଶଇ କାହିଁ ।


ପଥ ଶ୍ରମ ପାଇ ବାଟୋଇ ଛାଇ ପାଉନି ତିଳେ,

ଥକା ମେଣ୍ଟିବାରେ ଶ୍ରମିକ ବସିବ କା'ର ମୂଳେ ।


ପଥଚାରୀଗଣ ନିଦାଘେ ଭାଳି ହୁଅନ୍ତି ନିତି,

ଛାଇ ନାହିଁ ବୋଲି ସଡକେ ବଢ଼ଇ ଖରା ଭୀତି।


ତିଳେ ଛାଇ ପାଇଁ ସେ'ନର ଯାଏ କେତେ ଯେ ଦୂର,

ଛାଇ ଥାଉ ଦୂରେ ଗଛଟେ ଆଖି ଦେଖେନି ତା'ର।


ଅସହାୟ ହୋଇ ଶ୍ରମିକ ବିଦ୍ୟୁତ ଖୁଣ୍ଟ ତଳେ,

ଖରା କ୍ଳେଶୁ ମୁକତି ପାଇଁ ବସଇ ତାର ମୂଳେ।


ମନେ ମନେ ଭାଳି କହଇ ପାପ କରିଚି କିସ,

ଯା'ପାଇଁ ଆଜ ଏ ନିଦାଘେ ମୁହିଁ ପାଉଚି କ୍ଳେଶ।


ତିଳେ ସାବଧାନ ନହୋଇ ମୁଁ ଯେ ରଚିଛି ଯାହା,

ପ୍ରକୃତିକି ପାଦରେ ଦଳି ଫଳ ପାଉଚି ତାହା।


ଗଛ ହଣା ପାଇଁ ଯେ ଆଜି କମେ ଭୂତଳ ଜଳ,

ବୁନ୍ଦେ ଜଳ ପାଇଁ ଧାଉଁଚି ନର ହୋଇ ବ୍ୟାକୁଳ।


ସଚେତନ ଯଦି ନହୁଅ ଏବେଠୁଁ ଆମ ବିଶ୍ୱେ,

ଜୀବ ଶୂନ୍ୟ ମହୀ ହୋଇବ ଜାଣ ତାର ସକାଶେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract