ଦାସ କାଠିଆ
ଦାସ କାଠିଆ
କଳା ସଂସ୍କୃତିରେ ଭରା ଏ ଭୂଖଣ୍ଡ
ନାମଟି ଉତ୍କଳ ଭୂଇଁ
ନାନା ଲୋକ ନୃତ୍ୟ ବାଦ୍ୟ ଓ ସଙ୍ଗୀତ
ପ୍ରକମ୍ପିତ ହୁଏ ଯହିଁ ।
କେତେ ଲୋକ କଳା ସଙ୍କୀର୍ତ୍ତନ ମେଳା
ପାଲା ପୋଥି ନାନା ଗୀତି
କିଏ ଅର୍ଦ୍ଧ ଲୁପ୍ତ କିଏ ସେ ବିଲୁପ୍ତ
ପରମ୍ପରା ଅଧୋଃଗତି ।
ପାଶ୍ଚାତ୍ୟ ସଂସ୍କୃତି ଅନୁକରଣ ରେ
ସ୍ୱସଂସ୍କୃତି ଅବକ୍ଷୟ
ନଗ୍ନ ସଭ୍ୟତା ର ଋଗ୍ନ ଛାୟା ତଳେ
ଲୋକ ନୃତ୍ୟ ପରାଜୟ ।
ଦାସ କାଠିଆ ଗୀତ ହେଲାଣି ଅତୀତ
ଥିଲା ଯେ ଶ୍ରୁତି ମଧୁର
ରାମ ନାମାମୃତ ସେ ନୃତ୍ୟ ସଂଗୀତ
ଭାଷା ସାହିତ୍ୟର ଧାର ।
ଗାୟକ କଣ୍ଠରେ ସୁ ମଧୁର ସୁରେ
ରାମ ଗୋବିନ୍ଦ ଯେ ରାମ
ପରାର୍ଦ୍ଧ କ ଶୁଭେ ପାଳିଆ କଣ୍ଠରୁ
ନବୀନ ସୁନ୍ଦର ଘନଶ୍ୟାମ ।
ଦୁଇ କଳାକାର ଡୁଇ ଯୋଡ଼ା କାଠି
ପାଦରେ ଘୁଙ୍ଗୁର ମାଳ
ଢଗ ଢମାଳି ର ସୁ ପରିବେଷଣ
ଛନ୍ଦ ଲୟ ସୁର ତାଳ
ସମାଜ ଚଳଣି ସଂସ୍କୃତି ଆଦୃତ
ପୁରାଣ ଓ ଲୋକ କଥା
କହି ଯେ ଜାଣିଲା କଥା ଟି ସୁନ୍ଦର
ବାନ୍ଧିଲେ ସୁନ୍ଦର ମଥା ।
କଳା କଉଶଳ କଉତୁକ ଛଳେ
ସମାଜ ସୁଧାର ନୀତି
ବିଲୁପ୍ତ ପ୍ରାୟ ଏ ରାମ ତାଳି ନୃତ୍ୟ
ବଞ୍ଚା ଏ କଳା ସଂସ୍କୃତି ।
