STORYMIRROR

Akshayakumar Dash

Action

4  

Akshayakumar Dash

Action

ମେଘ

ମେଘ

1 min
65

ଆକାଶ ଗଙ୍ଗା ରେ ମାଳ ମାଳ କଳା ପାହାଡ଼।

ଭାସୁଛନ୍ତି ବୋଇତ ପରି

କାଳି ଅନ୍ଧାର କେଶ ରୁ ଗଡୁଛି ଜଳ

ଧରିତ୍ରୀ ର ସ୍ନାନ

ଭିଜିଯାଉଛି ସର୍ବାଙ୍ଗ

ଗଡି ଯାଉଛି ପାଣି

ଉରଜପର୍ବତ ଶିଖରରୁ

ସବୁଜ ସୁନ୍ଦର ପାଟ ଶାଢ଼ୀ ଭେଦି

ନିତମ୍ବ ବଂଧ ଡେଇଁ

ଗଭୀର ଜଘନ ଛୁଇଁ

ପଦ ଧୋଇ ସାଗର ସଙ୍ଗମ।

ମହେଶ୍ୱରୀ ଋତୁପର୍ଣ୍ଣ। ଦେବୀ

କୋଟି କନ୍ଦର୍ପ ବାଣରେ

ରତି ଅଭିସାର ପାଇଁ

ଛନ ଛନ ଦୃବାଦଳ ଚଂଚଳ ନୟନ

ନିରୁକ୍ତ ଖର ନିଶ୍ୱାସ ହାସ୍ୟ ମୟୀ ମୁଖ

ଗଣ୍ଡ ଦେଶ ଗୋଲାପ ସମ୍ଭାର

ଓଷ୍ଟତଳେ ତିଳପ୍ରସ୍ଫୁଟିତ

ଦନ୍ତପନ୍ତି ମରାଲ ସାରସ

ପଦ୍ମ ପୁ ରୂପସିଷ୍କରିଣୀ ମୁହଁ 

ଅପୂର୍ବ ଦେବୀ

ମର୍ତ୍ତ୍ୟରେ  ମାନବୀ,

ମହାମେଘବାହନଙ୍କ ଅବା ପାଟରାଣୀ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action