STORYMIRROR

Tankadhar Majhi

Action Inspirational Others

4  

Tankadhar Majhi

Action Inspirational Others

ତୁମେ ଠିକ୍ ଡିସେମ୍ବରର ଏକ ରାତି

ତୁମେ ଠିକ୍ ଡିସେମ୍ବରର ଏକ ରାତି

1 min
54

ଶୁନଶାନ ରାତିର ଅର୍ଧନିଦ୍ରାରେ 

କାଚର ସ୍ବପ୍ନକୁ ଜାକିଜୁକି ଭାଙ୍ଗିଦିଏ

ଆରାମ ଶଯ୍ୟାର ଉଷ୍ମ କମ୍ବଳ ଭିତରେ 

ସେଇ ଶଯ୍ୟାରେ ଆକୁଳ ଇଛା କଷ୍ଟପାଏ

କିଛି କ୍ଷଣ ପରେ ଅନ୍ୟ ଏକ ନିଦରେ

ସେ ସ୍ବପ୍ନକୁ ଗୋଟାଇ ଯୋଡି ଦିଏ

ଏକ ବାସ୍ତବିକ ପ୍ରେମର ସୃଜନ ଅଧ୍ୟାୟ,

ଯେଉଁଠି...

ଗୋଟିଏ ଇସାରାରେ ଜହ୍ନ ଉଏଁ

ଟିକିଟିକି ତାରକା ଯେ ମନ ମୋହେ

ତତକ୍ଷଣାତ କଇଁ ଫୁଟେ ଜଳାଶୟେ

ମୀନ ଡେଇଁ ଖେଳେ ନିଶ୍ଚଳ ଜଳରେ

ତୁମେ ଠିକ୍ ସେହି 

ଡିସେମ୍ବରର ଏକ ରାତି ପରି ।



Rate this content
Log in

Similar oriya poem from Action