STORYMIRROR

Swagatika Mickey

Abstract Action Inspirational

4  

Swagatika Mickey

Abstract Action Inspirational

ପଙ୍ଗପାଳ

ପଙ୍ଗପାଳ

1 min
446

ତୁମେ ଆସିବା

କି ପ୍ରୟୋଜନ ଥିଲା ଯେ ?

ତୁମ ପୂର୍ବରୁ ତ 

ଏଠି ଅଭାବ ନଥିଲା,

ଚିତା କାଟି ବୁଲୁଥିଲେ

ଦଳଦଳ ତୁମରି ଜାତିର...


ତାଙ୍କରି ଆତଙ୍କରେ

ଖଣି ଖାଦାନ ଶୂନ୍ୟ

କଟିଛି ସବୁଜ ଅରଣ୍ୟ

ଚାଷୀର ସପନ ଉଜୁଡି

ସୁନା ମାଟି ଚୁନା ହେଲା

ମଣ୍ଡିରେ ବି ଗଡିଲା

ବସ୍ତାବସ୍ତା ଗଜା ଉଠା ଧାନ


ଏବେ ତୁମେ ଆସି

ଦେବ ଧ୍ଵଂସି

ରଙ୍ଗ ବେରଙ୍ଗରେ ଭରା

ସବୁଜ କ୍ଷେତ ଆଉ

ତା ମଧ୍ୟେ ହସୁଥିବା ଚଷାର ଓଠ

ଆଭାବି ମୁହଁରେ ପକାଇ ପାହାର

ଶୋଷି ନେବ ସବୁ

ଶ୍ରମର ଫସଲ  


ହେ ପଙ୍ଗପାଳ !

ବରଂ ପାରିବ ତ

ଯାଅ ଫେରି, ନେଇଯାଇ

ତୁମରି ସାଥୀରେ ତୁମ ପରି

ରକ୍ତ ଶୋଷି ଲୁଟୁଥିବା

ପଙ୍ଗପାଳ ରୂପି

ଦାନବଗଣଙ୍କୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract