Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Swagatika Mickey

Tragedy Classics Inspirational

4.8  

Swagatika Mickey

Tragedy Classics Inspirational

ମୁଁ ସୁକୁମାରୀ

ମୁଁ ସୁକୁମାରୀ

1 min
21



ଫୁଲ ଟିଏ ହୋଇ ମୁଁ 

ଫୁଟିବା ଆଗରୁ

ଏଠାରେ ପ୍ରସକ୍ତ ପ୍ରସକ୍ତ

ଜ୍ବାଳା ଓ ଯନ୍ତ୍ରଣା


ଯୌବନ ର ରୂପ ନେଇ

ପାଖୁଡ଼ା ମୋ ଖୋଲିବା ଆଗରୁ

ଏଠି ମେଞ୍ଚାଏ ମେଞ୍ଚାଏ

କୀଟ ପତଙ୍ଗଙ୍କ

ଅସହ୍ୟ ଯାତନା


ତୁମେ କୁହ !

କୋମଳତା ର ରୂପ ନେଇ

ମୁଁ ଯଦି ବଞ୍ଚିବାକୁ ଭଲପାଏ

ତୁମେ କାହିଁ ଦଂଶୁଥାଅ ବାରମ୍ବାର


ନିଶାଗ୍ରସ୍ତ ମୋହଗ୍ରସ୍ତ ର

ଭାବନେଇ କାହିଁ ତୁମେ

ଭାଙ୍ଗୁଥାଅ ମୋ ଅସ୍ତିତ୍ଵ,

ମୋ ଅଙ୍ଗୀକାର...


ତୁମେ କି ପାରିବ କହି

ଭୂଲ କାହାର..?


ପ୍ରତାରଣାର ତଲବାରୀ ନେଇ

ଛିନ୍ ଭିନ୍ କରି

ଜୋର ଜବରଦସ୍ତ

ଜାହିର କରୁଥିବା

ତୁମ ପାରିବାପଣିଆର...


ନା ସମବେଦନା ର ଅଶ୍ରୁ ପିଇ

ନିଃସ୍ୱ ନିର୍ବାକ ପ୍ରାୟ

ଅବ୍ୟକ୍ତ ଅନୁଭବ ରେ

ମାଟିର ଗର୍ଭରେ ଚୁପ୍ ଚାପ୍

ଝଡି ପଡୁଥିବା ମୋ କୋମଳ ଶରୀରର...।



Rate this content
Log in