STORYMIRROR

Rakesh Sahoo

Action

4  

Rakesh Sahoo

Action

ମନ

ମନ

1 min
23.6K


ସବୁବେଳେ ପରିବର୍ତ୍ତନଶୀଳ 

ନାହିଁ ତା'ର କିଛି ଥଳ କୁଳ

କେବେ ହସରେ ହଜିଯାଏ 

ପୁଣି ଦୁଃଖରେ ଭାଙ୍ଗିଯାଏ।। 


ଗତି ବୈଦୁତିକ ତରଙ୍ଗ ଭଳି 

ହୁଏନା ସହଜେ ତାକୁ ସମ୍ଭାଳି 

ଯେଉଁଠି ଇଛା ହୁଏ ଅଟକିଯାଏ

ସେନେହ ସରଧା ଯଦି ଟିକେ ପାଏ ।। 


ନା ଅଛି ତାର କିଛି ଆଦି ଅବା ଅନ୍ତ 

ସୀମା ହୀନ ଆକାଶ ପରି ବିସ୍ତୃତ 

କରି ପାରିଛି ଯେ ମନକୁ ନିୟନ୍ତ୍ରଣ 

ତା ପାଇଁ ଏଠି ଅସମ୍ଭବ ବୋଲି କଣ।। 


ମନ ଏକ ଲଗାମ ହିନ ଘୋଡ଼ା ପରି

ଜ୍ଞାନ ରୂପକ ଲୋଡା ଏକ ସବାରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action