STORYMIRROR

Rakesh Sahoo

Others

3  

Rakesh Sahoo

Others

ସବୁରି ମୂଳରେ ସେଇ

ସବୁରି ମୂଳରେ ସେଇ

1 min
247


ଥିଲେ ଥାଉ ପଛେ ଯେତେ ଗୁଣ ହଜାର

ସରକାରୀ ଚାକିରୀ ନଥିଲେ ସବୁ ବେକାର 

ଥିବ ଯଦି ପାଖେ ସ୍ଥାବର ଅସ୍ଥାବର ସମ୍ପତ୍ତି 

କେତେ କିଏ ପୁଣି ସମ୍ପର୍କ ଟିଏ ଯୋଡ଼ି ଦିଅନ୍ତି ।। 


ଥିଲା ବାଲା ଲୋକ ଏଠି ପାଏ କେତେ ଆଦର

ନଥିଲା ଲୋକ ଏଠି ଯେମିତି ତୁଠ ପଥର 

ସଂସାର ଭିତରେ ଏ ଯେ ଅଜବ ନିୟମ 

ଭେକ ଥିଲେ ମିଳେ ଭିକ କେକରିବ ତାକୁ ଆନ ।।


ମାନ ସମ୍ମାନ ମିଳେ କେବଳ ଧନ ସମ୍ପତ୍ତି ପାଇଁ 

ନଚେତ୍ ଗୋଡ଼ରେ ଆଡ଼େଇବାକୁ କେତେ ସମୟ ଭାଇ 

ସବୁ ଏଠି ବିକ୍ରି ହେଉଥାଏ ସମୟ ସୁଅରେ ଭାସି

କିଣିବାକୁ ପ୍ରସ୍ତୁତ ଥାଅ ହାତରେ ଧରି ସଠିକ୍ ରାଶି ।।


ମରିଗଲା ପରେ ବି ଗୋଟି ଗୋଟି ହିସାବ ହୁଏ 

ଧନ ନଥିଲେ ଶବବି କୁକୁର ବିଲୁଆଙ୍କ ଆହାର ହୁଏ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍