STORYMIRROR

Rakesh Sahoo

Inspirational

3  

Rakesh Sahoo

Inspirational

ନିଦରେ ନିଦରେ

ନିଦରେ ନିଦରେ

1 min
236


ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି

ସାରା ସଂସାର ପଡ଼ିଛି କଂକ୍ରିଟ ପଛରେ 

ଖାଲି ସଚେତନତା ଚାଲିଛି କାଗଜ କଲମରେ

ପାଳନ ତାକୁ କିଏ ବା ସତରେ କରୁଛି ।। 


ପରିବେଶ ଦିବସ ଅବା ବର୍ଣ୍ଣମହୋତ୍ସବ ସପ୍ତାହ

କିଛି ଲୋକଙ୍କୁ ଏକାଠି କରିଦେବା 

ଗୋଟିଏ ଭଲ ଜାଗା ବାଛିଦେବା 

ଗୋଟିଏ ଗଛକୁ ଦଶ ଜଣ ଧରି ଫଟୋ ଉଠାଇବା ।। 


ତା' ପରେ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର କରିଦେବା 

ଆମମାନଙ୍କ ଦ୍ଵାରା ବୃକ୍ଷ ରୋପଣ କରାଗଲା 

ତା'ପର ଦିନ ସେ ଗଛର ଯେମିତି କେହି ନାହାନ୍ତି 

ଏବଂ ତାହା ହୋଇସାରିଛି ଏକ ଗାଈର ଭୋଜନ ।। 


ଆଜି ସମସ୍ତେ ଚିତ୍କାର କରୁଛନ୍ତି ଅମ୍ଳଜାନ ଦିଅ 

ନିଦ ମାଉସୀ କୁହେ ଆଉ ଟିକେ ଶୋଇଯା'ରେ ପୁଅ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational