STORYMIRROR

Rakesh Sahoo

Children

4  

Rakesh Sahoo

Children

ଜୀବନର ନାୟକ କୃଷକ ଭାଇ

ଜୀବନର ନାୟକ କୃଷକ ଭାଇ

1 min
192


ଦୁନିଆ ଆଜି ଏକ ଅଜବ ରାସ୍ତାରେ ଧାବମାନ 

ମିଳେ ନାହିଁ କେବେ ଉଚିତ୍ ଲୋକଙ୍କୁ ସମ୍ମାନ 

ପିଲାଏ ବାଛୁଛନ୍ତି ତାଙ୍କ ଜୀବନର ନାୟକ 

ଯାହାଙ୍କ ପଥକୁ ଅନୁସରଣ କରନ୍ତି ପିଲା ଯାକ।। 


କେହି ବାଛନ୍ତି ଅଭିନେତା ଆଉ ଖେଳାଳି 

ଯେଉଁମାନେ କେବଳ ଧନ ଉପାର୍ଜନରେ ବାଇ 

ତାଙ୍କର ସେଇଟି ବୃତ୍ତି ତୁମେ କାହିଁ ପଡୁଛି ବଳି

ଖାଲି ମନୋରଞ୍ଜନରେ ପେଟ ପୁରିବନି ଭାଇ।। 


ଖାଦ୍ୟ କେମିତି ମିଳିବ ଭୁଲି ତ ଗଲଣି

କୃଷକ ଭାଇଟି ଅର୍ଥାଭାବରୁ ଜୀବନ ହାରିଲାଣି

କୃଷିର ଉନ୍ନତି କଥା ଟିକେ ମନକୁ ହେଜ

ଉତ୍ପାଦନ ବୃଦ୍ଧି କରିବାକୁ ଉପାୟ ଖୋଜ।। 


କୃଷିଜାତ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି ହୋଇଲେ

ଉତ୍ତମ ଖାଦ୍ୟ ଖାଇ ସୁସ୍ଥ ରହିବ ଭଲେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children