STORYMIRROR

Rakesh Sahoo

Inspirational

3  

Rakesh Sahoo

Inspirational

ପ୍ରତିଧ୍ବନି

ପ୍ରତିଧ୍ବନି

1 min
23


ଏହା ପ୍ରତିଟି କୋଷର ଏକ ଅନ୍ତଃସ୍ଵର 

ଯେବେ ଅସହିଷ୍ଣୁତା ହୁଏ ସୀମା ପାର 

ହୃଦୟରେ ମସ୍ତିଷ୍କରେ ସୃଷ୍ଟି ହୁଏ କମ୍ପନ 

ପ୍ରଜ୍ଜଳିତ ହୁଏ କ୍ରୋଧ ଅଗ୍ନିଶିଖା ସମାନ।। 


ହେଉ କାହାକୁ ନ୍ୟାୟ ପ୍ରଦାନ କରିବାକୁ

ଅବା ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ 

ବାକ୍ ଶକ୍ତି ନହେଉ କେବେ କ୍ଷୀଣ 

ପ୍ରତିଧ୍ୱନି ନିଶ୍ଚୟ ହେଉ ଦିଗନ୍ତ ପ୍ରଶାରି।। 


ସମୟର ଅଦେଖା ସୁଅରେ ବିଦିତ ଅଛି 

ଆକ୍ରୋଶର ଶିକାର ସେ ନିଶ୍ଚୟ ହୋଇଛି 

କିନ୍ତୁ ସେ ବି ଧନଞ୍ଜୟ ସୁତ ଅଭିମନ୍ୟୁ

ହାରିବନି ଯେବେ ଯାଏ ଅଛି ଶେଷ ରକ୍ତ କଣିକା ।।


ଅନ୍ୟାୟ ଅନୀତି ସହିତ କେତେ ଦିନ ବଞ୍ଚିବ 

ଅଶ୍ଵତ୍ଥାମା ପରି ନିଶ୍ଚେ ମୃତ୍ୟୁର ଭିକ୍ଷା ମାଗିବ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational