STORYMIRROR

Rakesh Sahoo

Inspirational

3  

Rakesh Sahoo

Inspirational

ପାର୍ବଣରେ ମାଆ

ପାର୍ବଣରେ ମାଆ

1 min
180


ପୁରାଣରେ ବର୍ଣ୍ଣିତ ଅଛି 

ଯେତେବେଳେ ଧରାକୁ ବିପତ୍ତି ଆସେ

ଅନ୍ୟାୟ ଅନୀତି ବଢିଯାଏ 

ଧର୍ମ ବିଲୀନ ହୋଇଯାଏ

ଚାରିଆଡେ ହାହାକାର ପଡେ 

ତ୍ରାହି ତ୍ରାହି ଡାକ ଛାଡନ୍ତି ପ୍ରାଣୀ 

ମାଆ ଅବତରିତ ହୁଅନ୍ତି 

ଦୁଷ୍ଟକୁ ସଂହାର ସନ୍ଥ ପାଳିବା ପାଇଁ ।।


ଆଜି ପାର୍ବଣ ଆସୁଛି ପାର୍ବଣ ଯାଏ

ସେଇ ଦଶ ଦିନ ପୂଜା କରାଯାଏ 

ଉତ୍ସବ ମନାଯାଏ 

ପରିବାର ଏକାଠି ହୁଏ

ଭସାଣି ସରିବା ପରେ

ସମସ୍ତେ ଫେରି ଯାଆନ୍ତି 

ଆଉ ଭୁଲି ଯାଆନ୍ତି ସବୁ।। 


ତେବେ ଦେବୀ କଣ 

ସେଇ ଦଶ ଦିନ ପୂଜା କରିବା 

ତା ପରେ ସବୁ ଭୁଲିଯିବା 

ଅନ୍ୟାୟ କଲେ ଦଣ୍ଡ ମିଳେ 

ନିଜ କର୍ମ ନିଜେ ଭୋଗିବାକୁ ପଡ଼ିବ 

ସବୁ ଜାଣି ବି ଏ ସମାଜ ଟିକେ ବଦଳେନି


ପୁଣି ସେଇ ପୁରୁଣା ଭୁଲ କରିବସେ 

ହଁ କଣ ହେବ ଯେ 

ଅନ୍ୟାୟ ଅନୀତି କରିବସେ 

ଭୁଲିଯାଏ ମହାଭାରତ ହୋଇଥିଲା 

ନାରୀକୁ ଅସମ୍ମାନ କରିବାରୁ 


ହେ ମଣିଷ ସମାଜ

 କେବେ ତୁ ମଣିଷ ହେବୁ

କେବେ ସୁଧୁରିଯିବୁ 

ତୋ ପାଖରେ ସମ୍ପତ୍ତି ଅଛି 

କିନ୍ତୁ ପ୍ରଗତି ନାହିଁ 

ପୃଥିବୀ ଧ୍ଵଂସ ହେବା ଆଗରୁ 

ସୁଧୁରି ଯା।। 


ପାର୍ବଣରେ ମାଆ ଆସିଲେ ଏତିକି 

କହିବାକୁ ଚାହାଁନ୍ତି 

ମୁଁ ତୋ ପୂଜା 

ସେତେବେଳେ ଗ୍ରହଣ କରିବି

ଯଦି ତୁ ତୋ ପାଖରେ 

ଥିବା ମାଆକୁ ସମ୍ମାନ ଦେବୁ

ନଚେତ୍ ଏ ଆଡମ୍ବର ବ୍ୟର୍ଥ ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational